ଆରୋମୀରା କୋଚିଂ ସେଣ୍ଟର ପକ୍ଷରୁ ଗଣେଶ ବିସର୍ଜନ ସହ ବଂଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଣିଆ :-> ଗତ ୧୯ ତାରିଖ ମଙ୍ଗଳବାର ଦିନ ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ବହୁ ଯାକଜମକ ଓ ଭକ୍ତିଭାବର ସହିତ ଗଣେଶ ଚତୁର୍ଥୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଗଣିଆ ଆରୋମୀରା କୋଚିଂ ସେଣ୍ଟର ପକ୍ଷରୁ ମଧ୍ୟ ଗଣେଶ ପୂଜା ବହୁ ଧୁମ୍ ଧାମର ସହିତ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଆରୋମୀରା କୋଚିଂ ସେଣ୍ଟର ପକ୍ଷରୁ ପ୍ରଭୁ ଗଜାନନ କୁ ବିସର୍ଜନ କରାଯାଇଥିବାବେଳେ ଏକ ବଂଧୁ ମିଳନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।

ଯେଉଁଥିରେ କୋଚିଂ ସେଣ୍ଟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସାମିଲ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ଆଗାମୀ ଉଜ୍ବଳ ଭବିଷ୍ୟ ଏବଂ ଶିକ୍ଷାର ମହତ୍ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଶୁଣିବାକୁ ମିଳିଥିଲା ।

Exit mobile version