ଦୀର୍ଘ ବର୍ଷର ସ୍ବପ୍ନ ପୂରଣ କଲେ ପାଟଣାଗଡ ବିଧାୟକ

ବେଲପଡ଼ା ରୁ କୁଦୋଭଟା ଲାନ୍ଥ ନଦୀ ବ୍ରିଜ ଟେଣ୍ଡର ପ୍ରକ୍ରିୟା ଆରମ୍

୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବେଲପଡା ଲାନ୍ଥ ନଦୀ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ୨୫ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ଏବେ ତାହା ପୂରଣ କରିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର। ସୂଚନାଯୋଗ୍ୟ ଯେ ବେଲପଡା ଠାରୁ ପଦ୍ମପୁର (କୁଦୋଭଟା) ରାସ୍ତା ଲାନ୍ଥ ନଦୀ ଥିବା ବେଳେ ଏହି ରାସ୍ତା ଦେଇ ପଦ୍ମପୁର, ସିହିନୀ, ସେମେଲପାଲି, ବାହାବଲ,ଖଇରମାଲ,ମାଲପଡା,ତଅଁଳା,ଭାଲୁବାହାଲି ଗାଁ ଲୋକଙ୍କ ପାଇଁ ବେଲପଡା କମ୍ ଦୂରତା ଅତିକ୍ରମ କରିବାକୁ ପଡ଼ିଥାଏ। କିନ୍ତୁ ବର୍ଷା ଦିନେ ସେହି ରାସ୍ତା ଦେଇ ଯିବାକୁ ଅସୁବିଧା ହୁଏ ଓ ସେମାନେ କାନୁଟ ନୁନହାଡ ଦୂର ରାସ୍ତା ଦେଇ ବେଲପଡା ଯିବା ଆସିବା କରିଥାନ୍ତି ।

ସେଥିପାଇଁ ଦୀର୍ଘ ୨୫ ବର୍ଷ ହେଲା ଲାନ୍ଥ ନଦୀ ଉପରେ ବ୍ରିଜ ନିର୍ମାଣ କରିବାକୁ ଦାବି ଜଣାଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ହେଉନଥିବାରୁ ସେମାନେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଙ୍କୁ ଜଣାଇଥିବା ବେଳେ ବିଧାୟକ ଲୋକଙ୍କ ସୁବିଧା ନିମନ୍ତେ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ କରିଛନ୍ତି। ବିଧାୟକ ଙ୍କ ଏଭଳି କାର୍ଯ୍ୟ ପ୍ରତି ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ସେହିପରି ପାଟଣାଗଡ଼ ବ୍ଳକ ବିଲେଇସାଥି ରୁ ସୋଲବନ୍ଦ ରାସ୍ତା ଅତି ନିକଟତମ ହୋଇଥିବା ବେଳେ ଭଲ ରାସ୍ତା ନଥିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଥିଲା। ସେମାନେ ମଧ୍ୟ ପକ୍କା ରାସ୍ତା ପାଇଁ ଅନେକ ଦିନ ଧରି ଦାବି କରି ଆସୁଥିଲେ ସୁଦ୍ଧା ହେଉନଥିବାରୁ ବିଧାୟକ ଙ୍କ ଅବଗତ କରାଇଥିଲେ। ବିଧାୟକ ସରୋଜ କୁମାର ମେହେର ସେହି ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ଙ୍କ ଅନୁମୋଦନ କରିଛନ୍ତି ।

ଠିକ୍ ସେହିପରି ବାହାବଲ ରୁ ସିହିନୀ ରାସ୍ତା କାଦୁଅ ପଚ୍ ପଚ୍ ରେ ଲୋକେ ଯାତାୟାତ କରୁଥିଲେ ଓ ଏହି ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବି କରୁଥିବା ବେଳେ ତାହା ମଧ୍ୟ ସରୋଜ କୁମାର ମେହେର ନିର୍ମାଣ କରାଇବା ପାଇଁ ଅନୁମୋଦନ କରିଛନ୍ତି। ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବେଲପଡା ବ୍ଳକ ସିହିନୀ ପଞ୍ଚାୟତ ସେମେଲପାଲି ଗାଁ ର ଲୋକେ ଶତାଧିକ ବର୍ଷ ହେଲା ଜବଡା ଜୋର ପାର କରି ବେଲପଡା ଆସୁଥିବା ବେଳେ ବର୍ଷା ଦିନେ ଦୂର ରାସ୍ତା ଦେଇ ଯିବାକୁ ପଡ଼ୁଥିବାରୁ ବହୁ ଦିନରୁ ପୋଲ ନିର୍ମାଣ କରିବାକୁ ଦାବି କରିଥିଲେ। କିନ୍ତୁ ସଇଁତଳା ନିର୍ବାଚନ ମଣ୍ଡଳୀରୁ କେତେ ବିଧାୟକ ଯିବା ପରେ ପାଟଣାଗଡ଼ ରୁ ମଧ୍ୟ ଦଶନ୍ଧି ଧରି ହୋଇପାରୁନଥିଲା। ହେଲେ ଯୁବ ବିଧାୟକ ସରୋଜ କୁମାର ମେହେର ତାହା ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରି ୪.୫ ସି, ଆର୍ ର ନିର୍ମାଣ କରିବାକୁ ଅନୁମୋଦନ କରିଛନ୍ତି।

ବେଲପଡା ଓ ମୁରିବାହାଲ ବ୍ଳକ ସଂଯୋଗ କରୁଥିବା ଧୁମାଭଟା ଓ କତରଲଗା ଲାନ୍ଥ ନଦୀ ବ୍ରିଜ ନିର୍ମାଣ ପାଇଁ ଅନେକ ସମୟରେ ଲୋକ ଆନ୍ଦୋଳନ କରିଥିଲେ। ହେଲେ ବିଧାୟକ ସରୋଜ କୁମାର ମେହେର ଅବଗତ ହୋଇ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରାଇଛନ୍ତି ଆଉ କିଛି ଦିନ ପରେ ନିର୍ମାଣ କରାଯିବ ବୋଲି କହିଛନ୍ତି। ଅନ୍ୟ ପଟେ ବେଲପଡା ବ୍ଳକ ସଲଣ୍ଡି ପଞ୍ଚାୟତ ଅଏଁଲାପାଲି ଓ ଭିର୍କାପଡା ପୋଲ ନିର୍ମାଣ କରିବାକୁ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ୪.୫ ସି.ଆର ର ଅନୁମୋଦନ କରିସାରିଛନ୍ତି ଆଉ କିଛି ଦିନ ପରେ କାର୍ଯ୍ୟ ଆରମ୍ଭ ହେବ। ବିଧାୟକ ଙ୍କ ଏହି ବିକାଶମୂଳକ କାର୍ଯ୍ୟ ପାଇଁ ଲୋକମାନେ ଅନେକ ପ୍ରଶଂସା କରୁଥିବା ଜଣାପଡିଛି ।

Exit mobile version