ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଅବସରରେ ; ଚମ୍ପୁଆ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ

୨୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଅବସରରେ ଚମ୍ପୁଆ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ସୁ-ନାମ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଜ ହସ୍ତରେ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ ।

ସେହିପରି ଛାତ୍ରଛାତ୍ରୀ ମାନଙ୍କୁ “ପ୍ରଥମେ ଭଲ ମଣିଷଟିଏ ହେବା ପାଇଁ ପରାମର୍ଶ ଦେଇଥିଲେ” ଏବଂ ସୁସ୍ଥ ସମାଜ ଗଠନ ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡିବ ବୋଲି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିବା ସହ ବିଦ୍ୟାଳୟର କିପରି ସାମଗ୍ରିକ ବିକାଶ ହୋଇପାରିବ ସେଥିପ୍ରତି ସର୍ବଦା ଚେଷ୍ଟା କରିବି ବୋଲି ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ କଥା ଦେଇଥିଲେ ।

Exit mobile version