ପ୍ରଗତି ପଥରେ ଯୋଡା ପୌରାଞ୍ଚଳ

୨୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବହୁପ୍ରତିକ୍ଷିତ ତଥା ଯୋଡାବାସୀଙ୍କ ଦୀର୍ଘ ଦିନର ଦାବି ଥିବା “ଅସ୍ତ୍ର ପ୍ରୋଚାର କକ୍ଷ (ଅପରେସନ ଥିଏଟର) “ଆଜି ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତଙ୍କ କରକମଳରେ ଶୁଭ ଉଦ୍ଘାଟନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଯୋଡା Municipality Chairperson ଡ.ଜଗଦୀଶ ସାହୁ,Vice-Chairperson ସନ୍ଧ୍ୟାରାଣୀ ପାତ୍ର,କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ତଥା ବିଜୁ ଜନତା ଦଳର ଶତାଧିକ କର୍ମୀ ଏବଂ ଜନସାଧାରଣ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

ବିଧାୟିକା ଙ୍କ ଏପରି କର୍ଯ୍ୟକ୍ରମ ଦେଖି ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚାର ବିଷୟ ପାଲିଟିଛି ।ସେହିପରି ଯୋଡା Municipality କାର୍ଯ୍ୟାଳୟ ଠାରେ ଚମ୍ପୁଆ ବିଧାୟିକା ଏକ ବୈଠକ ଡାକି ସମସ୍ତ କାଉଁସିଲର ମାନଙ୍କର ନିଜ ନିଜର ୱର୍ଡର ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ଯଥାଶିଘ୍ର ସମାଧାନ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

Exit mobile version