ବିନା ଅନୁମତିରେ ଗଣେଶ ମେଢ଼ ଭଷାଣୀରେ ବାଜୁଥିବା ଡିଜେ ଗାଡ଼ିକୁ ଜବତ କଲା ସଦର ପୋଲିସ

୨୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କମିଶନରେଟ ପୋଲିସ ଡିଜେ ବଜାଇବାକୁ ସଂପୂର୍ଣ୍ଣ ବାରଣ କରିଥିଲା ବେଳେ , ପୋଲିସ ଆଇନକୁ ଖାତିରି ନକରି ଗଣେଶ ଭଷାଣୀରେ ଡିଜେ ଵଜାଇ ଶୋଭାଯାତ୍ରା ଚାଲିଥିଲା ବେଳେ, କଟକ ସଦର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଡିଜେ ଗାଡ଼ିକୁ ଜବତ କରି ଥାନାକୁ ଆଣିଛି । ଏପରି ଘଟଣା ଘଟିଛି କଟକ ସଦର ଥାନା ଆମଣ ଗ୍ରାମରେ । କଟକ ସଦର ପୋଲିସ ପକ୍ଷରୁ ପ୍ରତାପନଗରୀ ଧାକୁଲେଇ ପୀଠରେ ଗଣେଶ ପୂଜା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା ।

ଥାନା ଆଇଆଇସି ରଶ୍ମି ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗଣେଶ ପୂଜା ଏବଂ ଭଷାଣୀ ସଂକ୍ରାନ୍ତ ବୈଠକରେ କମିଶନରେଟ ପୋଲିସ କଟକର ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର , ଯୋନ-୪ ଏସିପି ଚନ୍ଦନ ଘଡେ଼ଇ ଯୋଗ ଦେଇ , ଉପସ୍ଥିତ ପୂଜା କମିଟିର ସମସ୍ତ ସଭାପତି, ସଂପାଦକ ଏବଂ କର୍ମକର୍ତ୍ତାଙ୍କୁ ଗଣେଶ ପୂଜା ଏବଂ ଭଷାଣୀ ବିଷୟରେ ବୁଝାଇଥିଲେ । ଏହାସହିତ ଭଷାଣୀ ଉତ୍ସବ ତିନିଟି ପର୍ଯ୍ୟାୟରେ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ପ୍ରଥମ ଭଷାଣୀ ଉତ୍ସବ ସେପ୍ଟେମ୍ବର ୨୪ ତାରିଖ ରବିବାର ,ଦ୍ୱିତୀୟ ଭଷାଣୀ ଉତ୍ସବ ଅକ୍ଟୋବର ୧ ତାରିଖ ରବିବାର ଏବଂ ଶେଷ ଭଷାଣୀ ଉତ୍ସବ ଅକ୍ଟୋବର ୮ ତାରିଖ ରବିବାର ସ୍ଥିର ହୋଇଥିଲା ।

ଏହା ସହିତ ମଢ଼ ଭଷାଣୀରେ ଡିଜେ ଏବଂ ଆତସବାଜିକୁ ବାରଣ କରାଯାଇଥିଲା । ହେଲେ ଆମଣ ଗ୍ରାମରେ ହୋଇଥିବା ଦୁଇଟି ଗଣେଶ ମେଢ଼ର କର୍ମକର୍ତ୍ତା ମାନେ, ଥାନରୁ ପର୍ମିଶନ ନନେଇ , ନିର୍ଦ୍ଧାରିତ ହୋଇଥିବା ନିତି ନିୟମକୁ ଭାଙ୍ଗି ଡିଜେ ବଜାଇ ଭଷାଣୀ କରୁଥିବାର ଖବରପାଇଥିଲେ । ଖବର ପାଇ ପୋଲିସ ପିସିଆର ପହଞ୍ଚିବା ଜାଣିପାରି ଗୋଟିଏ ଗାଡ଼ି ଖସି ପଳାଇ ଥିଲାବେଳେ ଅନ୍ୟ ଏକ ୪୦୭ ଡିଜେ ଗାଡ଼ିକୁ ଜବତ କରି ଥାନାକୁ ନେଇଥିଲେ ।

Exit mobile version