ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚିତ ହେବା ସୁନିଶ୍ଚିତ : ମଲ୍ଲିକଙ୍କ ପ୍ରାର୍ଥୀପତ୍ର ଦାଖଲ

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ

୨୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବାଚସ୍ପତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ହାତରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସୁଦାମ ମାର୍ଣ୍ଡିଙ୍କୁ ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ତାଙ୍କ ମୂଳ ଦାୟିତ୍ୱ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ବିକ୍ରମ କେଶରୀ ଆରୁଖଙ୍କ ପରେ ଖାଲିପଡ଼ିଥିବା ବାଚସ୍ପତି ପଦ ଲାଗି ବିଜେଡି ପକ୍ଷରୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗତକାଲି ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଆଜି ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇ ବାଚସ୍ପତି ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଧାନସଭା ସଚିବାଳୟ ପ୍ରକୋଷ୍ଠରେ ମନ୍ତ୍ରୀ ଓ ଦଳର ବିଧାୟକମାନଙ୍କ ଗହଣରେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀପତ୍ରରେ ପ୍ରସ୍ତାବକ ଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥକ ଅଛନ୍ତି । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ନିର୍ବାଚନ ଅନୁଷ୍ଠିତ ହେବ । ବିରୋଧୀ ଦଳ ପକ୍ଷରୁ ଏହି ପଦ ଲାଗି କେହି ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ନ ଥିବାରୁ ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚିତ ହେବା ସୁନିଶ୍ଚିତ । କେବଳ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା ହେବ ।

ମନ୍ତ୍ରିମଣ୍ଡଳରୁ ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ଏବେ ଦୁଇଟି ମନ୍ତ୍ରୀ ପଦ ଖାଲି ପଡ଼ିଲା । ପୂର୍ବରୁ ଉଚ୍ଚଶିକ୍ଷା ରାଷ୍ଟ୍ରମନ୍ତ୍ରୀ ରୋହିତ ପୂଜାରୀ ଇସ୍ତଫା ଦେଇଥିଲେ । ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ହାତରେ ଏବେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ରହିଛି । ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ସବ୍‌ସିଡି ସ୍କାମ୍‌ ପାଇଁ ସୁଧାଂଶୁ ବିଦା :->

ସୁଧାଂଶୁ ପରିଡ଼ାଙ୍କ ବହିଷ୍କାର କାରଣ ଦର୍ଶାଇଲା ବିଜେଡି

ସବ୍‌ସିଡି ସ୍କାମ୍‌ ମାମଲାରେ ବହିଷ୍କାର କରାଯାଇଛି

‘ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍‌ସିଡି ହଡ଼ପ ହୋଇଛି

‘ସୁଧାଂଶୁଙ୍କ ପରିଚାଳନାଧୀନ କଂପାନୀ ୩ କୋଟି ହଡ଼ପ କରିଛି’

‘ଲୋକପାଳଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି’

ଲୋନ୍‌ ସ୍କାମ୍‌ ପାଇଁ ସୌମ୍ୟ ବିଦା :->

ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କାର ନେଇ ବିଜେଡିର ପ୍ରେସ୍‌ ରିଲିଜ୍‌-‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି । ଲୋନ୍‌ ସ୍କାମ୍‌ ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଛି । ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଛନ୍ତି ।

 

Exit mobile version