କାଜିପାଟଣା ମା,ବାଶେଳୀ ଯୁବକ ସଂଘ ପକ୍ଷରୁ ଗଣେଶଙ୍କୁ ପିନ୍ଧାଇଲେ ଚାନ୍ଦି ମୁକୁଟ

୨୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୬ ନମ୍ବର ୱାର୍ଡର କାଜିପାଟଣା ଗ୍ରାମର ମା, ବାଶେଳୀ ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ଗଣେଶଙ୍କ ପାଇଁ ଚାନ୍ଦି ମୁକୁଟ କରାଯାଇଥିଲା ବେଳେ ସୁନ୍ଦର ସାଜ ସଜା ଏବଂ ରଙ୍ଗୀନ ଆଲୋକ ମାଳା ପୂଜା ମଣ୍ଡପକୁ ଉତ୍ସବ ମୁଖର କରିପାରିଛି । ଯାହାଫଳରେ ସନ୍ଧ୍ୟାରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।

କଟକ ସଦର ଥାନା ଅଞ୍ଚଳରେ ହୋଇଥିବା ୫୦ ରୁ ଉର୍ଦ୍ଧ୍ବ ଗଣେଶ ମେଢ଼ ଭଷାଣୀ ଉତ୍ସବ ତିନୋଟି ପର୍ଯ୍ୟାୟରେ କରାଯିବ । ଅଧିକାଂଶ ଗଣେଶ ମେଢ଼ ୨୪ ତାରିଖ ରବିବାର ଭଷାଣୀ ଉତ୍ସବରେ ସାମିଲ ହେଉଥିଲା ବେଳେ , ଆଉ କିଛି ଗଣେଶ ମେଢ଼ ଅକ୍ଟୋବର ୧ ତାରିଖ ରବିବାର ଭଷାଣୀ ଉତ୍ସବରେ ସାମଲ ହୋଇ ଭଷାଣୀ କାର୍ଯ୍ୟ ଶେଷ କରିବେ ।

ସେହିପରି ଦ୍ୱିତୀୟା ଘାଣ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିଥିବା ଗଣେଶ ମେଢ଼ ଗୁଡ଼ିକର ତୃତୀୟ ପର୍ଯ୍ୟାୟ ବା ଶେଷ ଭଷାଣୀ ଉତ୍ସବ ଅକ୍ଟୋବର ୮ ତାରିଖ ରବିବାର ଅନୁଷ୍ଠିତ ହେବ । ଏହି ଶେଷ ଭଷାଣୀ ପର୍ଯ୍ୟନ୍ତ ଅପେକ୍ଷା କରିଥିବା କାଜିପାଟଣାର ମା , ବାଶେଳୀ ଗଣେଶ ମେଢ଼ ଶୋଭାଯାତ୍ରାରେ ସାହି ପରିକ୍ରମା କରି ସାରି ମୂର୍ତ୍ତି ବିଷର୍ଜନ କରାଯିବ । ପୂଜା କମିଟିର ଅଧ୍ୟକ୍ଷ ନିରଞ୍ଜନ ପାଲ ,

ସୁଧାକର ସ୍ୱାଇଁ, ଗଣେଶ ପୂଜା କମିଟିର ପୂର୍ବତନ ସଭାପତି ମନୋଜ ସ୍ୱାଇଁ, ପୂର୍ବତନ ସଂପାଦକ ମନୋଜ ବେହେରା ନୂତନ ନୂତନ ସଭାପତି ରୁଦ୍ର ପ୍ରସାଦ ବେହେରା, ସଂପାଦକ ବିଶ୍ୱଜିତ ନାୟକଙ୍କୁ ସେମାନଙ୍କର ଦାୟିତ୍ୱ ହସ୍ତାନ୍ତର କରିଥିଲେ ମଧ୍ୟ ପୂଜା ଏବଂ ଭଷାଣୀ ଉତ୍ସବ ଶେଷ ହେବା ପର୍ଯ୍ୟନ୍ତ ସହଯୋଗ କରୁଛନ୍ତି ।

ଏହି ପୂଜାକୁ ଅଧିକରୁ ଅଧିକ ସରସ ସୁନ୍ଦର କରାଯିବା ସହିତ ଆସନ୍ତା ପୂଜାରେ ଗଣେଶଙ୍କ ପାଇଁ ଆଉ କିଛି ଚାନ୍ଦି ଅଳଙ୍କାର କରିବା ଲାଗି ଯୋଜନା ରଖିଛନ୍ତି । ଏହି ପୂଜାରେ ସାହିର ବୟଜ୍ୟେଷ୍ଠ ବକ୍ତି, ଯୁବକ ମାନେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।

Exit mobile version