Home ଓଡ଼ିଶା ରଣପୁର ଏନଏସି ରେ ଘୋଟଲା : ଅଣନିଶ୍ୱାସି ହେଲେଣି ନେତା ଓ କର୍ମଚାରୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ରଣପୁର ଏନଏସିରେ ଘୋଟାଲା : ଅଣନିଶ୍ବାସୀ ହେଲେଣି ନେତା ଓ କର୍ମଚାରୀ । NAC ର ୧୫ଟି ରେ ଟେଣ୍ଡର ହୋଇ ପଡିଥିବା କାମ ନହେବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ମୁକ୍ତା ଯୋଜନାରେ ମହିଳା ସ୍ଵୟଂସାହା ଗୋଷ୍ଠୀକୁ ଅଣଦେଖା କରୁଛନ୍ତି ନେତା ମାନେ । ଏନଏସି ଅଫିସ ରେ ସାଂସଦ ପ୍ରତିନିଧି ଙ୍କ ଡେରା ଜମିଛି । ରାଜ୍ୟ ସରକାର ତରଫରୁ ମୁକ୍ତା ଯୋଜନାରେ ମା ମାନଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ଆସୁଥିବା ଅର୍ଥ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ କେବଳ ତଦାରଖ ର ଅର୍ଥ ଦେଇ ନେତା ଓ ଯନ୍ତ୍ରୀ କାର୍ଯ୍ୟର ପ୍ରକୁତ ଲାଭାସଂ ନେଉଛନ୍ତି , ସରକାର ଙ୍କ ପ୍ରକୁତ ଉଦ୍ଦେଶ୍ୟ ଏଠି ବିଫଳ ହୋଇଛି . ରଣପୁର NAC ରେ ନେତା ମାନେ କରୁଛନ୍ତି ଠିକାଦାରି ଏଥିପାଇଁ ଜନ ଅସନ୍ତୋଷ ତୀବ୍ର ହୋଇଛି । ରଣପୁର ଏନଏସି ରେ ଦଳୀୟ ରାଜନୀତି ଚାଲିଥିବା ବେଳେ ବାଦ୍ ପଡ଼ିଛି ସର୍ବଦଳୀୟ ମତାମତ । ଦଳୀୟ ନେତା ମାନଙ୍କ ହୁକୁମତ୍ ରେ ଚାଲିଛି ସରକାରୀ NAC ଅଫିସ । ୨୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ଏନଏସି ଅଂଚଳ ର ଶତାଧିକ ହିତାଧିକାରୀ ରବିବାର ହଠାତ ମଣିନାଗ ପୀଠ ରେ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସରକାରୀ ଯୋଜନା ରୁ ବଂଚିତ ହୋଇଥିବା ହିତାଧିକାରୀ ଆଗାମୀ ଦିନରେ ପ୍ରତିବାଦ ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ଉଦେଶ୍ୟରେ ଏଭଳି ମେଳି କରିଥିବା ଜଣାପଡିଛି ।ପ୍ରକାଶ ଯେ , ସରକାର ଦାରିଦ୍ର୍ୟ ସୀମା ରେଖା ତଳେ ବସବୃାସ କରୁଥିବା ଗରୀବ ପରିବାର କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବାର ମହତ ଉଦେଶ୍ୟ ରଖି ବିଭିନ୍ନ ଲୋକାଭିମୁଖୀ ଯୋଜନା ପଚଳନ କରୁଥିଲେ ମଧ୍ୟ ତଳସ୍ତରରେ ଏହା ଲୋକଙ୍କ ନିକଟରେ ପହଁଚିପାରୁନି ା ବର୍ଷବର୍ଷ ଧରି ବିଧବା ଭତା , ବାର୍ଦ୍ଧକ୍ୟ ଭତା , ଭିନ୍ନକ୍ଷମ ଭତା , ସାମାଜିକ ସୁରକ୍ଷା ଭତା , ଖାଦ୍ୟ ସୁରକ୍ଷା ଯୋଜନା ରେ କାର୍ଡ , ଭୁମିହୀନ କୁ ସରକାରୀ ଜାଗା ପାଇବା ନିମନ୍ତେ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏନେଇ ଏନଏସି ରେ ବାରମ୍ବାର ଅବଗତ କରି ଆସୁଥିଲେ ମଧ୍ୟ ରଣପୁର ଏନଏସି ର ୧୫ ଟି ଓାର୍ଡ ର ଶହଶହ ଯୋଗ୍ୟ ହିତାଧିକାରୀ ନିରାଶ ହୋଇଛନ୍ତି । ଦୀର୍ଘଦିନ ର ପୁଞ୍ଜିଭୁତ ଅସନ୍ତୋଷ ଆଜି ପ୍ରତିଫଳନ ହୋଇଛି ବୋଲି ଉପସ୍ଥିତ ହିତାଧିକାରୀ ପ୍ରକାଶ କରିଛନ୍ତି । ପ୍ରତି ସାହି ରେ ଡ୍ରେନ ନିର୍ମାଣ କେଉଁଠି ଆଦୌ ହୋଇନି ତ କେଉଁଠି ଅଧାପନ୍ତରିଆ ହୋଇ ପଡିଛି । ପ୍ରତି ସାହି କୁ ସଂଯାଗୀ କରଣ ରାସ୍ତା ନାହିଁ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଉଦେଶ୍ୟ ରେ ସରକାର ମୁକ୍ତା ଯୋଜନା ପ୍ରଚଳନ କରିଥିଲେ ମଧ୍ୟ ଉକ୍ତ ଯୋଜନା ରେ ଆସୁଥିବା କାର୍ଯ୍ୟ କୁ ଠିକାଦାର ଙ୍କୁ ପ୍ରଦାନ କରାଯାଇ ମହିଳା ଙ୍କୁ ଉପେକ୍ଷା କରାଯାଉଛି । ଏପରିକି ଲକ୍ଷାଧିକ ଟଙ୍କା ହରିଲୁୃଟ କରାଯାଉଛି ବୋଲି ଉପସ୍ଥିତ ଜନସାଧାରଣ ଉଦବେଗ ପ୍ରକାଶ କରିଥିଲେ । ଏଥିସହ ରଣପୁର ଡାକ୍ତରଖାନା ରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଭେଷଜ ବିଶେଷଜ୍ଞ ଙ୍କୁ ନିଯୁକ୍ତି , ଜଗନ୍ନାଥ ସଡକ କୁ ଜାତୀୟ ରାଜ୍ୟପଥ ର ମାନ୍ୟତା , ଦୁଇଟି ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ରାଜସୁନାଖଳା- ଚାନ୍ଦପୁର ରାସ୍ତା ରେ ସଂନ୍ଧ୍ୟା ପରେ ବସ ଚଳାଚଳ ସୁବିଧା ନଥିବାରୁ ଏଦିଗରେ ରାଜ୍ୟ ସରକାର ଙ୍କ ପରିବହନ ବିଭାଗ ଦୃଷ୍ଟି ଦେବା ଦିଗରେ ଆଲୋଚନା ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ପୁର୍ବତନ ଏନଏସି ଉପାଧ୍ୟକ୍ଷ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ୭୦୦ ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇ ନିଜର କ୍ଷୋଭ ପ୍ରକାଶ କରିଥିଲେ । ସ୍ଥାନୀୟ ଅଂଚଳ ର ସମସ୍ୟା ଓ ସରକାରୀ ଯୋଜନା ରୁ ବଂଚିତ ଜନସାଧାରଣ ଙ୍କ ଏହି ବୈଠକ ରେ ଆଲୋଚିତ ସମସ୍ତ ପ୍ରସଂଗ କୁ ନେଇ ଏକ ଦସ୍ତଖତ ସମ୍ବଳିତ ଦାବୀପତ୍ର ଜିଲ୍ଲା ପ୍ରଶାସନ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ପ୍ରଦାନ ପରେ ଯଦି କୌଣସି ସମସ୍ୟା ର ସମାଧାନ ନହୁଏ ତେବେ ଏହାକୁ ନେଇ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କାର୍ଯ୍ୟକ୍ରମ ର ନେତୃତ୍ୱ ନେଉଥିବା ଶ୍ରୀ ପ୍ରହରାଜ ସମାଜ କୁ ସୁଚନା ଦେଇଛନ୍ତି । ଅପରପକ୍ଷରେ ଏନେଇ ଏନଏସି ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ଙ୍କ ସହ ଯୋଗାଯୋଗ ପରେ ସେ ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି ଯେ , ଯେତିକି ହିତାଧିକାରୀ ଙ୍କ ତାଲିକାରେ ନାମ ଅଛି ସମସ୍ତ ଙ୍କୁ ଭତା ଯୋଗାଇ ଦିଆଯାଇଛି ଯଦି କିଛି ବ୍ୟକ୍ତି ରହିଥିବେ ମଞ୍ଜୁର ହୋଇ ଆସିଲେ ପାଇପାରିବେ । ବାକି ଯେଉଁ ମୁକ୍ତା ଯୋଜନା ପ୍ରସଂଗ ଉଠୁଛି ସେଥିରେ କିଛି ବ୍ୟତିକ୍ରମ ହୋଇନି ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପର୍ଯ୍ୟାୟକ୍ରମେ ହେବ ବୋଲି ଜଣାଇଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026 Vedanta Aluminium's Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods by Proprietor Abhimanyu Maharana September 24, 2026 ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା by Proprietor Abhimanyu Maharana September 23, 2026 ୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ by Proprietor Abhimanyu Maharana September 23, 2026