Home ଓଡ଼ିଶା ମହିଳା ସଂରକ୍ଷଣ ବିଧେୟକ ଆଗତ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ପଦକ୍ଷେପକୁ – ଶ୍ରୀ ଅମିତ ଶାହଙ୍କ ପ୍ରଶଂସା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :-> ଲୋକସଭାରେ ମହିଳା ସଂରକ୍ଷଣ ବିଧେୟକ ଆଗତ କରିବା ନିମନ୍ତେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ପ୍ରଶଂସା କରିବା ସହିତ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ମହିଳାମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କର ସମ୍ମାନରେ ବୃଦ୍ଧି ଘଟାଇବା ଦିଗରେ କାର୍ଯ୍ୟ କରିଛନ୍ତି । ଫଳସ୍ୱରୂପ ଏହି ବିଧେୟକକୁ ନାରୀ ଶକ୍ତି ବନ୍ଦନ ବିଧେୟକ ଭାବରେ ନାମିତ କରାଯାଇଛି । ଶ୍ରୀ ଅମିତ ଶାହ ଜୋର୍ ଦେଇ କହିଛନ୍ତି ଯେ ମୋଦୀ ଜୀ ‘ଯତ୍ର ନାର୍ୟସୁ ପୂଜ୍ୟନ୍ତେ, ରମେନ୍ତ ତତ୍ର ଦେବତା’ ନୀତିକୁ ରୂପାୟନ୍ତ କରି ଭାରତୀୟ ସଂସ୍କୃତିର ମୂଲ୍ୟବୋଧ ଏବଂ ରାଷ୍ଟ୍ରର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉଚ୍ଚତର ସୋପାନକୁ ନେଇଯାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ୧୯ ତାରିଖରେ ନୂତନ ସଂସଦ ଗୃହର ଲୋକସଭା କକ୍ଷରେ ନାରୀ ଶକ୍ତି ବନ୍ଦନ ବିଧେୟକ ଆଗତ କରାଯାଇଛି । ଶ୍ରୀ ଅମିତ ଶାହ ଏହା ଭରସା ଦେଇ କହିଥିଲେ ମୋଦୀ ଜୀ ଏହା ପ୍ରଦର୍ଶିତ କରିଛନ୍ତି ଯେ, ମହିଳା ସଶକ୍ତୀକରଣ ଏନ୍ଡିଏ ସରକାର ପାଇଁ କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ସରକାରଙ୍କର ମଜଭୁତ ନିର୍ଣ୍ଣୟ ଭାବରେ ଛିଡା ହୋଇଛି । କୋଟି କୋଟି ଭାରତୀୟଙ୍କ ତରଫରୁ ଏହି ଐତିହାସିକ ମୁହୂର୍ତ୍ତ ନିମନ୍ତେ ସେ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ସମସ୍ତ ମା’ ଓ ଭଉଣୀମାନଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ଆଇନରେ ପରିଣତ ହେଲେ ମହିଳାମାନେ କେବଳ ସଂରକ୍ଷଣ ଅଧିକ ହାସଲ କରିବେ ନାହିଁ, ତାହାସହିତ ସେମାନେ ଭାରତକୁ ଆତ୍ମନିର୍ଭରଶୀଳତା ଓ ବିକାଶ ଦିଗରେ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ନିଜର ଭାବନା ସମ୍ପର୍କରେ ଏକ୍ସ (ପୂର୍ବର ଟ୍ୱିଟର)ରେ ପ୍ରକାଶ କରି ଶ୍ରୀ ଅମିତ ଶାହ ଲେଖିଛନ୍ତି ଯେ, ସମଗ୍ର ଭାରତରେ ଜନସାଧାରଣ ନାରୀ ଶକ୍ତି ବନ୍ଦନ ବିଧେୟକକୁ ସଂସଦରେ ଉପସ୍ଥାପନ କରାଯିବା ବିଷୟକୁ ନେଇ ଖୁସି ମନାଉଛନ୍ତି । ଏହା ମହିଳା ସଶକ୍ତୀକରଣ ଦିଗରେ ମୋଦୀ ସରକାରଙ୍କ ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶିତ କରୁଛି । କିନ୍ତୁ ପରିତାପର ବିଷୟ ଯେ, ଏହି ବାସ୍ତବତାକୁ ଗ୍ରହଣ କରିବା ନିମନ୍ତେ ବିରୋଧୀ ଦଳଗୁଡିକ ଅସମର୍ଥ ଥିବା ଲକ୍ଷ୍ୟ କରାଯାଉଛି । ସବୁଠାରୁ ବଡ ଦୁଃଖର କଥା ହେଉଛି ଯେ, କେବଳ ପ୍ରତୀକାତ୍ମକ ବ୍ୟତୀତ କଂଗ୍ରେସ ମହିଳାମାନଙ୍କ ପାଇଁ ସଂରକ୍ଷଣ ଦିଗରେ କଦାପି ବାସ୍ତବ ପ୍ରତିବଦ୍ଧତା ପ୍ରଦର୍ଶନ କରିନାହିଁ । ସେମାନେ ହୁଏତ ଉକ୍ତ ଆଇନକୁ ଅକାମୀ ହେବାକୁ ଛାଡି ଦେଇଛନ୍ତି ଅଥବା ସେମାନଙ୍କର ମିତ୍ର ଦଳଗୁଡିକ ଉକ୍ତ ବିଧେୟକ ଆଗତ କରିବାରେ ପ୍ରତିବନ୍ଧକ ହୋଇଛନ୍ତି । ସେମାନେ ଏହି ବିଷୟରେ ବାହାବା ନେବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କର ଚାଲବାଜି ସର୍ବଦା ଜଳ ଜଳ ହୋଇ ଦେଖାଯାଉଥିବ । Categories: ଓଡ଼ିଶା, ଦେଶ, ହୋମ୍ Related Content ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026 ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ by Proprietor Abhimanyu Maharana August 2, 2026 ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ by Proprietor Abhimanyu Maharana August 2, 2026 ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ by Proprietor Abhimanyu Maharana August 2, 2026 ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ by Proprietor Abhimanyu Maharana August 2, 2026