କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଗଣେଶ ପୂଜା

୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି   :-> ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ପ୍ରଭୁ ଶ୍ରୀ ଶ୍ରୀ ଗଣପତି ଦେବଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଦ୍ୟାଦାତା ଶ୍ରୀ ଶ୍ରୀ ଗଣପତି ବାବାଙ୍କର ଆଶୀର୍ବାଦ ଲାଭକରିବା ପାଇଁ ଅତି ଆଗ୍ରହର ସହିତ ରଙ୍ଗ ବେରଙ୍ଗର ବେଲୋନ ଏବଂ ବିଭିନ୍ନ ପ୍ରକାର ଫୁଲ ଦ୍ଵାରା ତୋରଣ ମାନ ସଜାଇ ପୂଜା କରିଛନ୍ତି l

ଉକ୍ତ ପୂଜା କାର୍ଯ୍ୟରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l ଏଣୁ ଏହି ଅବସରରେ ଗଙ୍ଗା ଆବାହନ, ପୁଷ୍ପାଞ୍ଜଳି ପ୍ରଦାନ, ହୋମ, ପୂର୍ଣ୍ଣାହୁତି ଆଦି କାର୍ଯ୍ୟ ସାରିବା ପରେ ପିଲାମାନଙ୍କଦ୍ଵାରା ଭଜନ ସମାରୋହ କରାଯାଇଥିଲା l

 

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା କର୍ତ୍ତା ଭାବରେ ପୂଜାଦାୟିତ୍ବ ବୁଝିଲା ବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ l ପରିଶେଷରେ ମହା ଆନନ୍ଦରେ ପ୍ରସାଦ ସେବନ କରାଯାଇ କାର୍ଯ୍ୟକ୍ରମକୁ ସଫଳ କରାଯାଇଥିଲା l

Exit mobile version