ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ୧ନମ୍ବର ୱାର୍ଡ ସ୍ଵର୍ଣ୍ଣ ବିହାର ସାହିରେ : ଗଣେଶ ପୂଜା

୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଆଜି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ୧ନମ୍ବର ୱାର୍ଡ ସ୍ଵର୍ଣ୍ଣ ବିହାର ସାହିରେ ପ୍ରତିବର୍ଷ ବର୍ଷ ଭଳି ଏବର୍ଷ ଜାଗୁଆର କ୍ଳବ ତରଫରୁ ଗଣେଶ ପୂଜା ଧୂମଧାମରେ ପାଳିତ ହୋଇଯାଇଛି, ଏହି ପୂଜା ଅବସରରେ ସାହିର ପ୍ରବେଶ ପଥରେ ବିଭିନ୍ନ ସାଜସଜ୍ଜା କରାଯାଇଥିଲା, ସକାଳ ୧୧ ଘଟିକା ସମୟରେ ସାହିର ସମସ୍ତ ବାସିନ୍ଦା ଏକତ୍ରିତ ହୋଇ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ,

ହୋମ ସହିତ ଶଂଖ,ଘଣ୍ଟ, ଘଣ୍ଟି ଓ ମୃଦଙ୍ଗ ବଜାଇ ହରିବୋଲ ହୁଳହୁଳି ଧ୍ୱନୀରେ ପୂଜାର୍ଚ୍ଚନା ହୋଇଥିଲା, ଶେଷରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ପୂଜା ରେ ଜାଗୁଆର କ୍ଳବ ର ସମସ୍ତ ସଦସ୍ୟ ଓ ସ୍ଵର୍ଣ୍ଣ ବିହାର ର ସମସ୍ତ ବାସିନ୍ଦା ଏକତ୍ରିତ ହୋଇ ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ।

Exit mobile version