ହାଇଟେକ୍ ଗ୍ରୁପ ର ଅଧକ୍ଷ ତିରୁପତି ପାଣିଗ୍ରାହୀ ଙ୍କ ଦ୍ଵାରା ଗୋଷାଣୀ ଗ୍ରାମ ପଞ୍ଚାୟତର ଆଙ୍କୁଡୁ ଗ୍ରାମରେ ନୂତନ ରାମ ମନ୍ଦିର ସକାଶେ ଭୂମି ପୂଜନ

୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୋଷାଣୀ ଗ୍ରାମ ପଞ୍ଚାୟତ ର ଆଙ୍କୁଡୁ ଗ୍ରାମ ଠାରେ ୧୦ଲକ୍ଷ ଟଙ୍କା ଵେୟରେ ନିର୍ମାଣ ହେବାକୁ ଥିବା ନୂତନ ରାମ ମନ୍ଦିର ସକାଶେ ହାଇଟେକ୍ ଗ୍ରୁପ ର ଅଧକ୍ଷ ତିରୁପତି ପାଣଗ୍ରାହୀ ଙ୍କ ଦ୍ଵାରା ଭୂମି ପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠି ରୁ ୧୦ ଲକ୍ଷ (ଦଶ ଲକ୍ଷ) ଟଙ୍କା ମଞ୍ଜୁର କରାଯାଇଅଛି । ଉକ୍ତ ମନ୍ଦିର ନିର୍ମାଣ ନିମନ୍ତେ ଆଜି ଆଙ୍କୁଡୁ ଗ୍ରାମରେ ପ୍ରତିଷ୍ଠା ତଥା ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ଡଃ.ତିରୁପତି ପାଣିଗ୍ରାହୀ,ବିଜେଡି ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ. ବୀର ରାଜୁ, ଆରଏମସିଏସ ଅଧ୍ୟକ୍ଷ ଏସ. ଗଜପତି ରାଓ, ଜିଲ୍ଲା ପରିଷଦ ସଦସ୍ୟ ଏସ . ବାଲରାଜୁ, ଯୁବନେତା ଜି ବିଜୟ କୁମାର, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ, ସ୍ଥାନୀୟ ନେତା ଏବଂ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version