ନିଆଳୀ ନିର୍ବାଚନ ମଣ୍ଡଳୀରେ ପ୍ରସନ୍ନ ମଲ୍ଲିକଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି

୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ନିଆଳୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ନୂତନ ଆଶୟୀ ବିଧାୟକ ପ୍ରାର୍ଥୀ ଇଂ ପ୍ରସନ୍ନ କୁମାର ମଲ୍ଲିକଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଶ୍ରୀ ମଲ୍ଲିକ ନାଲକୋର ଜଣେ ବରିଷ୍ଠ ଅଧିକାରୀ ଅଛନ୍ତି । ତାଙ୍କ ଘର ନିଆଳୀ ବ୍ଲକ ପୋଖରୀ ଗାଁ ପଞ୍ଚାୟତରେ । ସେ ଦୀର୍ଘ ଦୁଇ ବର୍ଷ ଧରି ନିଆଳୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ଯାଇ ସଭା ସମିତି କରୁଥିବା ଦେଖିବାକୁ ମିଳୁଛି । ନିଆଳୀ ନିର୍ବାଚନ ମଣ୍ଡଳୀର ତିନି ତିନି ଥର ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିବା ଡ଼ାକ୍ତର ପ୍ରମୋଦ ମଲ୍ଲିକଙ୍କର ଲୋକ ପ୍ରିୟତା ଧିରେ ଧିରେ କମିବାରେ ଲାଗିଛି । ତାଙ୍କୁ ନିର୍ବାଚନ ସମୟରେ ଜିତାଇଥିବା ଆଗଧାଡିର ବିଜେଡ଼ି କର୍ମୀ ମାନେ ଅସନ୍ତୋଷ ପ୍ରକଟ କରିବା ସହିତ ନୂତନ ବିଜେଡ଼ିର ଆଶୟୀ ବିଧାୟକ ପ୍ରାର୍ଥୀ ଇଂ ପ୍ରସନ୍ନ କୁମାର ମଲ୍ଲିକଙ୍କ ପ୍ରତି ସମର୍ଥନ କରୁଥିବା ଦେଖିବାକୁ ମିଳୁଛି ।

୨୦୨୪ ବିଧାନସଭା ନିର୍ବାଚନ ପାଇଁ ନିଆଳୀ ନିର୍ବାଚନ ମଣ୍ଡଳୀରେ ଡ଼ାକ୍ତର ପ୍ରମୋଦ ମଲ୍ଲିକ ଙ୍କ ବଦଳରେ ନୂତନ ପ୍ରାର୍ଥୀ ଦିଆ ନଗଲେ ଏହି ଵିଧାନସଭା ଆସନଟି ଏଥର ବିଜେଡି ହାତରୁ ଜିବ ବୋଲି ସାଧାରଣ ଭୋଟର ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା ହେଉଛି । ବିଜେଡ଼ିର ନୂତନ ଆଶୟୀ ବିଧାୟକ ପ୍ରାର୍ଥୀ ଇଂ ପ୍ରସନ୍ନ କୁମାର ମଲ୍ଲିକ ଲଗାତର ଭାବେ ତାଙ୍କର ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ନିଆଳୀ ବ୍ଲକ ,କଣ୍ଟାପଡା ବ୍ଲକ ଏବଂ ବାରଙ୍ଗ ବ୍ଲକର ଆଠଗୋଟି ପଞ୍ଚାୟତରେ ତାଙ୍କର ସଭାସମିତି କରି ଚାଲିଛନ୍ତି ।

ଗତ କାଲି ସୋମବାର ରାତିରେ ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତର ଅରିଲୋ ତାରିଣୀ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡ଼ିର ଆଶୟୀ ବିଧାୟକ ପ୍ରାର୍ଥୀ ଇଂ ପ୍ରସନ୍ନ ମଲ୍ଲିକ, ଅଶୋକ କୁମାର ମହାନ୍ତି, ଯୋଗ ଦେଇ ଉପସ୍ଥିତ ଭୋଟର ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ବୈଠକରେ ସନାତନ ନନ୍ଦ ,ପ୍ରଫୁଲ ବେହେରା, କାର୍ତ୍ତିକ ଚନ୍ଦ୍ର ଓଝା, ବିପିନି ବିହାରୀ ମହାନ୍ତି, ଛବିନ୍ଦ୍ର ଭୋ ଇ,ତ୍ରିଲୋଚନ ବେହେରା, ଦୁଃଶାସନ ଦାସ,ପ୍ରଶାନ୍ତ ବେହେରା, ରବିନ୍ଦ୍ର ମହାରଣା, ଜଟାଧାରୀ ସାମଲ ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।

Exit mobile version