ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୂତୁ

ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଫୁଲନଖରା :-> ନିଆଳି ମାଧବ ୬୦ ନମ୍ୱର ରାଜପଥ ଦାମୋଦରପୁର ଛକ ଠାରେ ଜଣେ ବାଇକ୍ ଆରୋହିଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣା ସ୍ଥଳରେ ତାର ମୃତୁ ଘଟିଥିବାର ଜଣାପଡ଼ିଛି । ଆଜି ରାତ୍ରରେ ଗୋବିନ୍ଦ ପୁର ଥାନା ଅନ୍ତର୍ଗତ ପାଟସୁନ୍ଦର ପୁର ଗ୍ରାମର ତପନ କୁମାର ମହାନ୍ତି କୌଣସି କାମରେ ନିଜ ମଟର ସାଇକେଲ ଯୋଗେ ଯାଉଥିବା ବେଳେ ଦାମୋଦର ପୁର ଛକ ଠାରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ମଟର ସାଇକେଲ ଆରୋହୀ ତପନ କୁମାର ମହାନ୍ତି ଛିଟିକି ପଡ଼ି ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ସେଠାରେ ମୃତୁ ଘଟିଥିଲା । କ୍ଷତିପୂରଣ ଦାବି ଏବଂ ଅପରାଧୀ ଗାଡ଼ି ଡ୍ରାଇଭର୍ କୁ ଗିରଫ କରିବା ପାଇଁ ଉତେଜିତ ଲୋକ ମାନେ ରାସ୍ତା ରୋକ କରିଥିଲେ ।ଖବର ପାଇଁ ଓଲଟପୁର ଥାନା ପୋଲିସ ପହଞ୍ଚି ଆନ୍ଦୋଳନ କାରି ଲୋକ ମାନଙ୍କୁ ବୁଝାଇ ଥିଲେ ସୁଦ୍ଧା ଏହାର ତୁରନ୍ତ କାର୍ଯ୍ୟ ଅନୁଷ୍ଠାନ ପାଇଁ ଜିଦି ଧରି ଦାବି କରିଥିଲେ ।ସେଥିନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Exit mobile version