ଲାଠୋର ପୁଲିସ ର ଅର୍ତିକିତ ଚଢ଼ାଉ ୧୧ ଜୁଆଡି ଗିରଫ

ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :->  ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ପୁଲିସ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ଙ୍କ ନିର୍ଦେଶ କ୍ରମେ ଗତ କାଲି ରାତି ୧ ଟା ସମୟରେ ୧୧ ଜଣ ଜୁଆଡିକୁ ଗିରଫ କରି ଆଜି ମଧ୍ୟାହ୍ନ ସମୟ କୋର୍ଟ ଚାଲାଣ କରିଛି ।ଗିରଫ ଜୁଆଡି ମାନେ ହେଲେ ତୁରେକେଲା ଥାନା ଅଞ୍ଚଳର ଦୁଇ ଜଣ ହୋଇଥିବା ବେଳେ ବାକି ୯ ଜଣ ଯାକ ଲାଠୋର ଅଞ୍ଚଳର ବୋଲି ଏସଡିପିଓ ଶ୍ରୀ ଭୁକ୍ତା ଙ୍କ ଠାରୁ ଜଣାପଡ଼ିଛି ।

ଏତବ୍ୟତିତ ଜୁଆଡି ମାନଙ୍କ ଠାରୁ ନଗଦ ୧୬ହଜାର ୫ ଶହ ୪୦ ଟଙ୍କା, ୬ ଗୋଟି ବାଇକ୍ , ୫ ଗୋଟି ମୋବାଇଲ ,୧୦୪ ପତା ତାସ ସହ ୨ ଗୋଟି ଚାର୍ଜଜିଙ୍ଗ ଲାଇଟ୍ ପୁଲିସ ଜବତ କରାଯାଇଛି। ସୂଚନା ଅନୁସାରେ ଗତ କାଲି ବିଲମ୍ବିତ ରାତ୍ରିରେ ଲାଠୋର ସ୍ଥିତ ରଜା କଟା ପାଖରେ ଥିବା ଏକ ନିଛାଟିଆ ସ୍ଥାନରେ ତୁରେକେଲା ଥାନା ଅଞ୍ଚଳର ୨ ଜଣ ଜୁଆଡିଙ୍କ ସହ ଲାଠୋର ଥାନା ଅଞ୍ଚଳର ୯ ଜଣ ଜୁଆଡି ମିଶି ଏକତ୍ରିତ ହୋଇ ଜୁଆଖେଲ ଖେଲୁଥିଲେ ।

ଏହି ଖବର ଟି ପାଟଣାଗଡ଼ ଏସଡିପିଓ ଶ୍ରୀ ଭୁକ୍ତା ଜାଣିବାପରେ ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ ଙ୍କୁ ଅବଗତ କରାଇ ଥିଲେ । ଏସଡିପିଓ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ଶ୍ରୀ ଭୋଇ ଙ୍କ ନେତୃତ୍ବ ରେ ଏକ ଟିମ୍ ଉକ୍ତ ଜୁଆଡି ମାନଙ୍କୁ କାବୁ କରି ଥାନା କୁ ଆଣିଥିଲା ।ସେଠାରେ ସେମାନଙ୍କୁ ଅଧିକ ପଚରାଉଚରା ପରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା ।

Exit mobile version