ଜିଲ୍ଲାସ୍ତରୀୟ ସଂସ୍କୃତ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ.ଭାଲିଆସାହିର ସଫଳତା

୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :-> ରବିବାର ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟ, ଚାନ୍ଦିପୁଟଠାରେ ସଂସ୍କୃତଭାରତୀ, ଗଜପତି ଶାଖା ତରଫରୁ ସଂସ୍କୃତଦିବସ ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସଂସ୍କୃତ ପ୍ରତିଯୋଗିତାରେ ଆର,ଉଦୟଗିରି ବ୍ଲକର କେ.ଏମ.ଭାଲିଆସାହିରସରକାରୀ ଉଚ୍ଚ ବିଦ୍ୟାଳୟ କେ.ଏମ.ଭାଲିଆସାହିର ଛାତ୍ରଛାତ୍ରୀମାନେ ଉକ୍ତ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳଙ୍କ ତତ୍ୱାବଧାନରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି l

ଉକ୍ତ ପ୍ରତିଯୋଗିତାରେ ଚନ୍ଦ୍ରଶେଖର ଦଳାଇ ଭାଷଣରେ ପ୍ରଥମ, ସାନୁ ନାୟକ ସଂସ୍କୃତ ସଂଗୀତ ଓ ଶ୍ଳୋକଗାନରେ ପ୍ରଥମ ସ୍ଥାନ ଅଧିକାର କରି ସୁନାମ ଅର୍ଜନ କରିଛନ୍ତି l ଏଥି ସହ ପ୍ରଜ୍ଞାନ ମିଶନ ତରଫରୁ ଆୟୋଜିତ ଶ୍ରୀମଦ ଭଗବତ ଗୀତା ଶ୍ଳୋକ ଆବୃତ୍ତିରେ ମଧ୍ୟ ସାନୁ ନାୟକ ତୃତୀୟ ସ୍ଥାନ ଅର୍ଜନ କରି ବିଦ୍ୟାଳୟ ର ଗୌରବକୁ ଦ୍ବିଗୁଣିତ କରିଥିଲେ l

Exit mobile version