ଦାରିଦ୍ର୍ୟ ଆଉ ରୋଗ ରେ ସଂଘର୍ଷ କରୁଛନ୍ତି ପରିବାର 

୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :->  ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପରିସଲ ଗ୍ରାମ ର ପ୍ରତିନିଧି ମାଳି ଙ୍କ ପରିବାର ରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଆଉ ଲୁହ ଝରା ଘଟଣା । ପରିବାର କହିଲେ ପରିବାର ର ମୁଖିଆ ପ୍ରତିନିଧି ମାଳି ଓ ତାଙ୍କ ପତ୍ନୀ ଏବଂ ତିନୋଟି ପୁଅ। ଉଭୟ କୁଲି ମଜୁରି କରି ପରିବାର ପ୍ରତିପଷଣ କରୁଥିଲେ । ହେଲେ ବିଧିର ବିଧାନ କୁ କିଏ ବା ଜାଣିଛି । କେତେ ବେଳେ କିଏ ଆଉ କାହାକୁ କଉ ସମସ୍ୟା ଘେରିବ ସେ ସୃଷ୍ଟିକର୍ତ୍ତା ଙ୍କ ବିନା କାହାକୁ ଜଣା । କୁଲି କଲେ ପରିବାର ଚାଲୁଥିବା ବ୍ୟକ୍ତି ର ହଠାତ ଏକ ଅଜଣା ଗାଡ଼ି ତାଙ୍କୁ ଧୋକା ଦେଇ ଚାଲିଯାଇଥିଲା ଫଳରେ ଏକ ଗୋଡ଼ ଭାଙ୍ଗି ଅକର୍ମ୍ୟ ହୋଇ ଯିବା ଫୋଳରେ ସେ ଏବେ ରୋଗାକ୍ରାନ୍ତ ରେ ଘରେ ଶଯ୍ୟାଶାୟୀ ।

ୟେ କୋଉ ଜନ୍ମ ର ଅଭିଶାପ? ଦିନ ପରେ ରାତି ହଉଛି କିନ୍ତୁ ଭଗବାନ ତାଙ୍କୁ କଉ ଅଭିଶାପ ର ଫଳ ଦେଇଛନ୍ତି ସେ କଥା ସେ ବୁଝିପାରୁନି । ତାଙ୍କ ପରିବାର ର ଦୁଃଖ ଆମେ ଶବ୍ଦ ରେ କହିବା ଅସମ୍ଭବ । ପରିସ୍ଥିତି କଷଣରେ ଘାଣ୍ଟି ହଉଛନ୍ତି ପରିବାର । ପ୍ରତିନିଧି ଙ୍କ ଦୁଃଖ ଏତିକି ରେ ସରିନି ସ୍ତ୍ରୀ କେନ୍ସର୍ ରୋଗି ଏବଂ ଦୁଇ ଟି ପୁଅ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ଏବଂ ଅନ୍ୟ ଗୋଟେ ସାନ ପୁଅ ଘରେ ପାଗଳ ହୋଇ ବୁଲୁଛି ନା କିଛି ଜାଣିପାରୁଛି ନା କିଛି ପରିବାର କୋଥା ବୁଝୁଛି । ଏହି ପରି ଅବସ୍ଥା ରେ ଘାଣ୍ଟି ହେଉଛନ୍ତି ପରିବାର । ସରକାରି ସାହାଯ୍ୟ କହିଲେ ୫୦୦ ଟଙ୍କା ଭୋତା ଆଉ ୧୫କିଲୋ ଚାଉଳ ତେବେ କେମିତି ପରିବାର ଏତିକି ରେ ଚଳୁଥିବେ ଆପଣ ମାନେ ଭାବନ୍ତୁ ଏହି ପରି ଦୁଃଖୀ ପରିବାର ର ସମସ୍ୟା କୁ ନେଇ ଶିଶୁ ବିଭାଗ ର ଅଧିକାରୀ (CDP0 )ଲଳିତା ପୂଜାରୀ ବ୍ଲକ ସୋସିଆଲ ସେକ୍ୟୁରିଟୀ ଅଫିସର ଅରୁଣ ଉଦୟ ଭାନ ପହଞ୍ଚି ଥିଲେ

ପରିସଲ୍ ସେହି ଦୁଃଖୀ ପରିବାର ରେ ଏବଂ ପରିବାର ର ସମସ୍ତ ବିଷୟ ଦେଖୀ ପରିବାର କୁ ସମବେଦନା ଜଣାଇବା ସହିତ ସରକାରୀ ସାହାର୍ଯ୍ୟ ଯାହା ତାଙ୍କ ପାଇଁ ଉପଲବ୍ଧ ହୋଇପାରିବ ଅତିଶିଘ୍ର ଦିଆ ଯିବା ସହିତ ତାଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ତେବେ ଏହିପରି ଜଣେ ସରକାରୀ କର୍ମଚାରୀ ଙ୍କ ମହାନତା କୁ ଗ୍ରାମବାସି ସହ ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ଏବଂ ବିଡିଓ ଙ୍କ ପାଖରେ ସମସ୍ୟା ପହଞ୍ଚିବା ମାତ୍ରେ ଲୋକ ଙ୍କ ପାଖରେ ପହଞ୍ଚି ସମସ୍ୟା ର ସମାଧାନ କରୁଛନ୍ତି ସେଥି ପାଇଁ ଅଞ୍ଚଳ ବାସି ଙ୍କ ବର୍ତ୍ତମାନ ସେ ପ୍ରିୟ ଅଫିସର ହେଇଛନ୍ତି । ଆଉ ଏହୀ ପୋରି ମହାନତାକୁ ଅଞ୍ଚଳ ବାସି ଧନ୍ୟବାଦ୍ ଦେଉଛନ୍ତି  l ତେବେ ବିଡ଼ିଓ ମହାଶୟ ଯେଉଁ ସବୁ ପ୍ରତିଶୃତି ଦେଇଛନ୍ତି କେତେ ଶୀଘ୍ର ତାହା ଫଳପ୍ରଦ ହୋଇପାରୁଛି ଏବଂ କେବେ ସେ ମାନେ ଉପକୃତ ହଉଛନ୍ତି ତାକୁ ହିଁ ଅପେକ୍ଷା ।

Exit mobile version