କଟକ ସଦର ବିଧାୟକ ଏବଂ ସିଏମସି ମେୟର ୪୦ ଟି କାର୍ଯ୍ୟର ଶିଳାନ୍ୟାସ କଲେ

ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଏବଂ ସିଏମସି ମେୟର ସୁବାସ ସିଂ ଆଜି କଟକ ମହାନଗର ନିଗମର ୪ ଗୋଟି ୱ।ର୍ଡ଼ ୫୬,୫୭,୫୮,୫୯ ରେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରାସ୍ତା, ଡ଼୍ରେନ୍ ଆଦି ୪୦ ଗୋଟି କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ଦୀର୍ଘ ଦିନ ଧରି ୱ।ର୍ଡ଼ ବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଥିବା ରାସ୍ତା ଏବଂ ଡ୍ର୍ରେନ ସମସ୍ୟାକୁ ଦୂର କରିବା ପାଇଁ ଟେଣ୍ଡର ପକ୍ରିୟା ଶେଷ ହୋଇଛି । ଖୁବଶୀଘ୍ର ଏହି ସବୁ କାର୍ଯ୍ୟ ଆରମ୍ଭ କରାଯିବ ।

ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆଜି ୪ ଗୋଟି ୱାର୍ଡରେ ଶିଳାନ୍ୟାସ କରାଯାଉଛି ବୋଲି, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଥିଲେ । ଶିଳାନ୍ୟାସ ଉତ୍ସବରେ ଡେପୁଟି ମେୟର ଦମୟନ୍ତି ମାଝୀ , ୫୯ ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି, ୫୮ ନମ୍ବର ୱାର୍ଡର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ୫୭ ନମ୍ବର ୱ।ର୍ଡ଼ର କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, ୫୬ ନମ୍ବର ୱ।ର୍ଡ଼ର କର୍ପୋରେଟର ଲିପ୍ସା ନାୟକ,

କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର,ରାଜ୍ୟ ମହିଳା ବିଜେଡି ର ସାଧାରଣ ସଂପାଦକ ରାଜ କୁମାରୀ ସ୍ୱାଇଁ,୫୯ ନମ୍ବର ୱ।ର୍ଡ଼ ବିଜେଡି ସଭାପତି ଞାନରଞ୍ଜନ ସାହୁ, ୫୮ ନମ୍ବର ୱ।ର୍ଡ଼ ବିଜେଡି ସଭାପତି ବିକ୍ରମ ଶତପଥୀ, ୫୬ ନମ୍ବର ୱ।ର୍ଡ଼ର ବିଜେଡି ସଭାପତି ଅଜିତ ପଟ୍ଟନାୟକ, କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ଦିଲିପ କୁମାର ସ୍ୱାଇଁ, କଟକ ନଗର ବିଜେଡି ସାଧାରଣ ସଂପାଦକ ପ୍ରଭାତ ସ୍ୱାଇଁ , ଅଜିତ କୁମାର ରାଉତ, ଆଦିତ୍ୟ ଦାସ ପ୍ରଦୋଷ ପଟ୍ଟନାୟକ , ଉଦୟ ବେଉରା,ପାର୍ଥସାରଥୀ ମହାନ୍ତି, ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Exit mobile version