ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମଦିନ ପାଳିତ

୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା /ଜଟଣୀ :-> ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମ ଦିବସ ଅବସରରେ ଆଜି ଜଟଣୀ ସୀତାରାମ ଛକ ଠାରେ ବିଜେପି ନଗର ମଣ୍ଡଳ ତରଫରୁ ମୋଦିଯିଙ୍କ ଚା ବଣ୍ଟନ କରାଯିବା ସହିତ ଦୀର୍ଘ ଜୀବନ କାମନା କରି ମନ୍ଦିରରେ ସମୂହ ଦୀପ ଦାନ କରାଯାଇଥିଲା ।

ଏହାକୁ ଜଟଣୀ ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ,ବିଜେପି ରାଜ୍ୟ ସଂଯୋଜକ ମହେଶ ମିଶ୍ର, ପ୍ରଶାନ୍ତ ପ୍ରଧାନ,ପ୍ରଦୀପ ଜେନା,ନାଗ ଭୂଷଣ ରାୟ, ରଘୁ ନାୟକ,ସିଦ୍ଧାର୍ଥ ପାତ୍ର, କବି ପାଇକରାୟ, ନାରାୟଣ ମହାନ୍ତି,ପରେଶ୍ ପଟନାୟକ ଓ ଚିତ୍ତ ରଞ୍ଜନ ସୁନ୍ଦରାୟ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।

Exit mobile version