ଗଣେଶ ପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ

୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :->  ଆସନ୍ତା ୧୯ ତାରିଖରେ ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହେବ।ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଆଇନ ଶୃଙ୍ଖଳା,ଟ୍ରାଫିକ ନିୟନ୍ତ୍ରଣ ପରିସ୍ଥିତି ବଜାୟ ରଖିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରି ଯେପରି ଗଣେଶ ପୂଜା ସଫଳ ଭାବେ ଆୟୋଜିତ ହେବ ସେ ନେଇ ହିଞ୍ଜିଳି ଥାନା ପରିସରରେ ରବିବାର ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ହିଞ୍ଜିଳି ଥାନାରେ କାର୍ଯ୍ୟଭାର ଗ୍ରହଣ କରିଥିବା ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍ଥାନୀୟ ସହର ସମେତ ବିଭିନ୍ନ ଗ୍ରାମର ଗଣେଷ ପୂଜା ଆୟୋଜନ କମିଟି କର୍ମକର୍ତ୍ତା ବୃନ୍ଦ ଯୋଗ ଦେଇଥିଲେ।ବୈଠକରେ ଉପସ୍ଥିତ ଥିବା କମିଟି ସଦସ୍ୟ ମାନଙ୍କୁ ଥାନା ଅଧିକାରୀ ଶୁଭେଚ୍ଛା ଜ୍ଞାପନ କରି ପୂଜା ଆୟୋଜନ ବିଷୟରେ ଆଲୋଚନା କରିଥିଲେ ।

ମୁଖ୍ୟତଃ ସ୍ୱଚ୍ଛତା ଉପରେ ଥାନା ଅଧିକାରୀ ଗୁରୁତ୍ୱାରୋପ କରିବା ସହ ପୂଜା ମଣ୍ଡପ ଓ ଏହାର ଆଖପାଖ ପରିସରକୁ ପରିଷ୍କାର ଓ ପରିଚ୍ଛନ୍ନ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ଭିଡ଼କୁ ହ୍ରାସ କରିବା,ଆଇନ ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ପୂଜା ମଣ୍ଡପ ତଥା ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ ମୃତୟନ ହେବ ବୋଲି ସୂଚନା ଦେଇଥିଲେ ।

ପୂଜା ଉତ୍ସବ ପାଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଓ ଗଣ୍ଡଗୋଳ ଉପୁଜିଲେ ଭ୍ରାମ୍ୟମାଣ ପୋଲିସ ଭ୍ୟାନ ସହିତ ଯୋଗାଯୋଗ କରିବା ପାଇଁ କମିଟି ସଦସ୍ୟ ମାନଙ୍କୁ ସେ ଅନୁରୋଧ କରିଥିଲେ। ବୈଠକରେ ପୋଲିସ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Exit mobile version