କୁହୁଡି ଅଟୋ ଆସୋସିଏସନ୍ ପକ୍ଷରୁ ବିଶ୍ଵକର୍ମା ପୂଜା ପାଳିତ

୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :->  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୁହୁଡି ସ୍ଥିତ ବହୁ ପୂରାତନ ମହାବୀର ଅଟୋ ଆସୋସିଏସ ପକ୍ଷରୁ ଆଜି ପ୍ରତିବର୍ଷ ପରି ଚଳିତ ବର୍ଷ କୁହୁଡି ବଜାର ସ୍ଥିତ ପୁଜା ମଣ୍ଡପରେ ଆସୋସିଏସ ସଭାପତି ସଞ୍ଜୟ ସ୍ବାଇଁ ଓ ସଂପାଦକ ବିଭୂତି ଚମ୍ପତି ନେତୃତ୍ବରେ ବିଶ୍ଵକର୍ମା ପୂଜା ମହା ଆଡ଼ମ୍ବରରେ ପାଳିତ ହେଉଅଛି। ସମସ୍ତ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମଧ୍ୟାର୍ଣ୍ଣ ୧୨ ଘଟିକା ସମୟରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ପୁଜା ସମାପନ ହୋଇଥିଲା ।

ପରେ  ପରେ ମହାବୀର ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା କରଯାଇଥିଲା । ଉକ୍ତ ପୁଜା ଉତ୍ସବ କବି ବେହେରା, କର୍ପୁର ବେହେରା, ବାବୁ ବିଶ୍ଵାଳ, ଗୋଲକ ବିଶ୍ଵାଳ, କାଙ୍ଗଲ ବିଶୋଇ, ବୁଲୁ ଦାଶ ସମେତ ଅଟୋ ଆସୋସିଏସ ସମସ୍ତ ସଭ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ନିମନ୍ତ୍ରିତ ଅତିଥି ଭାବରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମାନ୍ୟଗନ୍ୟ ବେକ୍ତି ଓ ବରିଷ୍ଠ ଅଟୋରିକ୍ସା ଚାଳକ  ଉପସ୍ଥିତଥିଲେ ।

Exit mobile version