ଦୀର୍ଘ ଦିନ ପରେ ପୁଣି ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମାଓ ସକ୍ରିୟ ର ଆଭାସ ଲାଲ ବାହିନୀ ର ଲାଲ ବେନର

୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଲାନ୍ତନଦୀ ନିକଟରେ ଦୁଇଟି ହିନ୍ଦୀ ଭାଷାରେ ଲେଖା ହୋଇ ଶନିବାର ମଧ୍ୟ ରାତ୍ରରେ ମରାଯାଇ ଥିବା ଦେଖିବାକୁ ମିଳିଛି l ରିବିବାର ଲାଠୋର ବଜାର ହୋଇଥିବା ବେଳେ ଲାନ୍ତ ନଦୀ ଦେଇ ବଜାର କୁ ଆସୁଥିବା ବ୍ୟବସାୟୀ ଓ ଜନସାଧାରଣ ମାଓବାଦୀ ମାରିଥିବା ବେନର ଦେଖିବାକୁ ପାଇଥିଲେ l ଲଗାଯାଇଥିବା ବେନର ରେ ହିନ୍ଦୀ ଭାଷାରେ 21 ସେପ୍ଟେମ୍ବର ଦିନ 20ତମ ମାଓବାଦୀ ସ୍ଥାପନା ଦିବସ ଗାଁ ଗାଁରେ ପାଳନ କାରିବାକୁ, ମାଓବାଦୀ ପାର୍ଟି ମାତ୍ର ଗୋଟିଏ ଦଳ ଯିଏ ଲୋକଙ୍କ ହିତାକାଂକ୍ଷୀ ବାକି ଅନ୍ୟ ଦଳ ପୁଞ୍ଜିପତି,

ସମ୍ରାଜ୍ୟବାଦୀ ମାନଙ୍କ ସେବକ ଓ ହିତାକାଂକ୍ଷୀ, ଯେତେଦିନ ପର୍ଯ୍ୟନ୍ତ ସମାଜରେ ଅନ୍ୟାୟ, ଅତ୍ୟାଚାର ଲାଗିରହିବ ମାଓବାଦୀ ପାର୍ଟି ଲୋକଙ୍କ ଭଲ ପାଇଁ ବଞ୍ଚି ରହିବ ତଥା ଅନ୍ୟାୟ ବିରୋଧରେ ସଂଘର୍ଷ କରିବ, ଶୋଷଣ ବିହୀନ ନୁଆଁ ସମାଜର ଗଠନ କରିବା ପାଇଁ ନବଜନବାଦୀ କ୍ରାନ୍ତି ଦଳରେ ସାମିଲ ହେବାକୁ ଆହ୍ୱାନ, ଚାଷୀ, ଛାତ୍ରଛାତ୍ରୀ, ଯୁବ ପିଢ଼ି, ବୁଦ୍ଧିଜୀବୀ,ମଧ୍ୟମ ବର୍ଗର ଲୋକ, ସମସ୍ତ ଜାତି ସମସ୍ତ ଧର୍ମର ଲୋକଙ୍କୁ ଦଳରେ ଯୋଗଦେବା ପାଇଁ ଲେଖିଥିବା ବେଳେ ସେପ୍ଟେମ୍ବର 17 ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ କୁ ବେରୋଜଗାର ଦିବସ ରୂପେ ପାଳନ କାରିବାକୁ,

ମୋଦି ଦେଶ ର ଚୌକିଦାର ନୁହେଁ ଅଡାନି, ଅମ୍ବାନୀ ମାନଙ୍କ ସମ୍ପତି କୁ ରକ୍ଷା କରୁଥିବା ଚୌକିଦାର ଏମିତି ଆହୁରି କିଛି ବେନର ରେ ଲେଖା ହେବା ସହ ତଳେ ଶେଷରେ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ବି ବି ଏମ ଡିଭିଜନଲ କମିଟି ଲେଖା ହୋଇଥିବା ଦେଖିବାକୁ ମିଳିଛି l ଏନେଇ ଲାଠୋର ଥାନାଧିକାରୀ ଝସକେତନ ଭୋଇଙ୍କୁ ପଚାରିବାରୁ ତାଙ୍କ ପାଖରେ ଏମିତି କୌଣସି ଖବର ନାହିଁ ବୋଲି କହିଥିଲେ l

Exit mobile version