ଓଡିଶା ତାଜା ନ୍ୟୁଜ୍ ( ୦୫ ଜୁଲାଇ ରବିବାର) କଟକ, ନେମାଳ :- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ନାହାଳପୁର ଗ୍ରାମରେ ଆମେରିକାରେ ତିଆରି କୁକୁରଙ୍କ ନିମନ୍ତେ ଉଦ୍ଦିଷ୍ଟ ଖାଦ୍ୟକୁ ‘ବେସନ’ କହି ଲୋକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ଥାନାରେ ହୋଇଛି । କିଛି ଲୋକ ଏହାକୁ ଜାଣିନପାରି ବେସନ ଭାବି ଖାଇ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏନେଇ ଉତ୍ତେଜନା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ନେମାଳ ଥାନାରେ ଲିଖିତ ଅଭିଯୋଗ ବି ହୋଇଛି । ନାହାଳପୁର ଗ୍ରାମର ଅବସରପ୍ରାପ୍ତ ସେନା ଅଧିକାରୀ ଧନେଶ୍ୱର ଦାଶ ଏବଂ ପ୍ରଭାତ କୁମାର ଦାଶଙ୍କ ଅଭିଯୋଗ ଅନୁଯାୟୀ, ନାହାଳପୁର ବଜାରରେ ଥିବା ଏକ ତେଜରାତି ଦୋକାନରେ ଆମେରିକାରେ ପ୍ରସ୍ତୁତ କୁକୁରଙ୍କ ନିମନ୍ତେ ଉଦ୍ଦିଷ୍ଟ ଖାଦ୍ୟ ପ୍ୟାକେଟକୁ ବେସନ ବୋଲି କହି ଲୋକଙ୍କୁ ବିକ୍ରି କରାଯାଇଛି । ଏହାକୁ କିଣି ଖାଇବା ପରେ କିଛି ଲୋକଙ୍କର ବାନ୍ତି ହୋଇଛି । ଆମେରିକାରେ ତିଆରି ଏହି କୁକୁର ଖାଦ୍ୟକୁ ଦୋକାନୀ କିପରି ଆଣି ଏଠାରେ ବିକ୍ରି କରୁଛନ୍ତି ତାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ନରେନ୍ଦ୍ରପୁର ଫାଣ୍ଡିରେ ଏତଲା ଦେବାକୁ ଯାଇଥିବାବେଳେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି ଏତଲା ରଖିନଥିବାରୁ ଅଭିଯୋଗକାରୀ ନେମାଳ ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି । (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ )
କୁକୁର ଖାଦ୍ୟକୁ ‘ବେସନ’ କହି ବିକ୍ରି ! ଲୋକେ ଖାଇ ଅସୁସ୍ଥ, ବ୍ୟବସାୟୀଙ୍କ ବିରୋଧରେ ଏତଲା

- Categories: Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
Related Content
ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।
by
Proprietor Abhimanyu Maharana
May 10, 2026
Malabar Gold & Diamonds unveils its Bridal Show Campaign at its Bhubaneswar Showroom
by
Proprietor Abhimanyu Maharana
May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା
by
Proprietor Abhimanyu Maharana
May 10, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
by
Proprietor Abhimanyu Maharana
May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ
by
Proprietor Abhimanyu Maharana
May 10, 2026
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 10, 2026