ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ

୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ଵର :->  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଆଜି ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଡିଜିଟାଲ କାର୍ଯ୍ୟକ୍ରମ ଓଡ଼ିଶାର ଭୁବନେଶ୍ଵର, ସମ୍ବଲପୁର ଏବଂ ପୁରୀ ଠାରେ ଆରମ୍ଭ କରାଯାଇଥିଲା । ଆଜି ପୂର୍ବାହ୍ନରେ ଭୁବନେଶ୍ବର ସ୍ଥିତ ରେଳ ବିହାର ଅଡିଟୋରିୟମ ସଭା ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅତିଥି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏବଂ ରେଳବାଇର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇଲେ ।

ଡିଜିଟାଲ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପିଏମ ବିଶ୍ୱକର୍ମା ଯୋଜନା କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । କୌଳିକ ବୃତ୍ତିରେ କାର୍ଯ୍ୟ କରୁଥିବା ଗରିବ ଲୋକମାନେ କିଭଳି ସ୍ୱଛଳ ହୋଇପାରି ସେବିଷୟରେ ପ୍ରାଞ୍ଜଳ ଭାବେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ଯୋଜନାରେ କୁମ୍ଭାର, ବଢ଼ଐ, ବାରିକ, ଧୋବା, ମାଳୀ, ମୋଚୀ, ରାଜମିସ୍ତ୍ରୀ,

ଆଦି ବିଭିନ୍ନ ବର୍ଗର ଲୋକ ମାନେ ଆବେଦନ କଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୧୫ ହଜାର ଟଙ୍କାର ସାମଗ୍ରୀ ପ୍ରଦାନ କରାଯିବ । ଏହାସହିତ ଯେଉଁ ମାନେ ନିଜ ନିଜର କୌଳିକ ବୃତ୍ତି ପାଇଁ ପ୍ରଶିକ୍ଷଣ ନେବେ ସେମାନଙ୍କୁ ପ୍ରଶିକ୍ଷଣ ସମୟରେ ଦୈନିକ ୫ଶହ ଟଙ୍କା ଷ୍ଟାଇପେଜଣ୍ଡ ପ୍ରଦାନ କରାଯିବା ସହ, ବ୍ୟାଙ୍କ ଜରିଆରେ ତିନି ଲକ୍ଷ୍ୟ ଟଙ୍କା ରୁଣ ଯୋଗାଇ ଦିଆଯିବ ବୋଲି ଭିଡ଼ିଓ କନ୍ଫରେନ୍ପସ ଜରିଆରେ ପ୍ରକାଶ କରିଥିଲେ ।

Exit mobile version