ଶିକ୍ଷକଙ୍କ ଆନ୍ଦୋଳନକୁ ଓଡିଶା ଅଭିଭାବକ ମହାସଂଘର ସମର୍ଥନ : ରଣପୁର

ନୟାଗଡ଼ ଜିଲ୍ଲାର ସମସ୍ତ ୬୧୯ ବର୍ଗର AUPTF ରାଲିରେ ଯୋଗଦେଲେ ଗତ ୨୫। ୧ । ୨୩ ରୁ ଉଚ୍ଚତମ ନ୍ୟାୟଳୟ ଆଦେଶ ମୁତବକ ୬୧୯ ବର୍ଗର ସମ_ସ୍ତ ଶିକ୍ଷକଙ୍କୁ। ସମସ୍ତ ସରକାରୀ ସୁବିଧା ଦେଇ ୨୦୧୪ ମସିହାରୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ଆଦି ପର୍ଯ୍ୟନ୍ତ ସେ ଆଦେଶ କୁ ଅଣଦେଖା କରୁଛନ୍ତି ।

୧୬ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ପ୍ରକାରର ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି । ଏଥିରୁ ନୟାଗଡ ଜିଲ୍ଲା ମଧ୍ୟ ବାଦ୍ ପଡି ନାହିଁ । ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରରେ ଏହି ଆନ୍ଦୋଳନ ଜାରି ରହିଛି | ରଣପୁର ବ୍ଲକରେ ମଧ୍ୟ ଏହି ଆନ୍ଦୋଳନ ୯ ଦିନ ଧରି ଜାରି ରହିଛି |

ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନେଇ ରାଜ୍ୟ ସରକାର ଟାଳଟୁଳନୀତି ଅବଲମ୍ବନ କରୁଥିବା ନେଇ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୮ ମାସର ବ୍ୟବଧାନ ପରେ ପୁଣି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆହ୍ୱାନ କ୍ରମରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି |

ଆଜି ଏହି ଧାରଣା ସ୍ଥଳରେ ଅଲଓଷ୍ଟା ରାଜ୍ୟ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ ବେହେରା, ଯୁଗ୍ମ ସମ୍ପାଦକ କବିରାଜ ବିଶ୍ୱାଳ, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ ଓ ନୟାଗଡ ଜିଲା ସମ୍ପାଦକ ନୀଳାଦ୍ରି ବିହାରୀ ସୁବୁଦ୍ଧି ପହଞ୍ଚି ଶିକ୍ଷକଶିକ୍ଷୟତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି | ଦାବି ହାସଲ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବା ପାଇଁ ମତାମତ ଦେଇଥିଲେ |

ସେହିପରି ପୂର୍ବତନ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନାରୀ ନେତ୍ରୀ ସୁରମା ପାଢ଼ୀ ମଧ୍ୟ ଆଜି ରଣପୁର ବ୍ଲକ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ | ଶିକ୍ଷକମାନଙ୍କ ଦାବିଗୁଡିକ ଯୁକ୍ତି ସଙ୍ଗତ ଏବଂ ଦାବିଗୁଡିକ ପାଇଁ ସେମାନେ ହକ ଦାର ବୋଲି ମତ ରଖିଥିଲେ | ସରକାର ତୁରନ୍ତ ଶିକ୍ଷକମାନଙ୍କ ଦାବିଗୁଡିକ ପୂରଣ କରି ବିଦ୍ୟାଳୟ ଖୋଲିବା ପାଇଁ ବ୍ୟବସ୍ଥା ଗ୍ରହଣ କରନ୍ତୁ |

ସେହିପରି ଓଡିଶା ଅଭିଭାବକ ମହାସଂଘ ମଧ୍ୟ ଧାରଣା ସ୍ଥଳରେ ପହଞ୍ଚି ଏହି ଧାରଣାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା ଜଣା ପଡିଛି | ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ-ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଅକ୍ଷୟ କୁମାର ମଲ୍ଲିକ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ଧାରଣାକୁ ସମର୍ଥନ ଜଣାଇ ଥିଲେ | ସରକାର ତୁରନ୍ତ ଶିକ୍ଷକମାନଙ୍କ ଦାବିଗୁଡିକ ପୂରଣ କରିବା ପାଇଁ ଦାବି କରିଥିଲେ |

Exit mobile version