ଭୁବନ ଏନ୍ ଏ ସି ରେ ଅପୂର୍ବ ରଞ୍ଜନ ଆଏଚ ନୂଆ ନିର୍ବାହୀ ଅଧିକାରୀ

ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ  :-> ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଅପୂର୍ବ ରଞ୍ଜନ ଆଏଚ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ।ଶ୍ରୀଯୁକ୍ତ ଆଏଚ ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ତହସିଲ ରେ ଅତିରିକ୍ତ ତହସିଲଦାର ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ପବ୍ଲିକ ଅଫିସରେ କାର୍ଯ୍ୟ କରିବା ତାଙ୍କ ପାଇଁ ନୂଆ ହୋଇଥିଲେ ମଧ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଯେମିତି ପ୍ରତ୍ୟେକ ଲୋକ ଉପକୃତ ହେବେ ଏହା ତାଙ୍କର ମୂଳ ଲକ୍ଷ୍ୟ ବୋଲି କହିଥିଲେ ।

ଜଣେ ଦକ୍ଷ ତଥା ଉଦୀୟମାନ ପ୍ରଶାସକ ଙ୍କ ସହଯୋଗରେ ଭୁବନ ଏନ୍ ଏ ସି ର ବିକାଶ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ସମସ୍ତ ଏନ୍ ଏ ସି କର୍ମଚାରୀ ନୂତନ ନିର୍ବାହୀ ଅଧିକାରୀ ଙ୍କୁ ସ୍ଵାଗତ ଜଣାଇଥିଲେ ।

Exit mobile version