ନୂତନ କଲ୍ୟାଣୀ ମଣ୍ଡପ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦଶପଲ୍ଲା ବିଧାୟକ

ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚାହାଳୀ ଗ୍ରାମ ପଞ୍ଚାୟତ ରେ ନୂତନ କଲ୍ୟାଣୀ ମଣ୍ଡପ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗ୍ରାମ ପଞ୍ଚାୟତ ର ନୂତନ କଲ୍ୟାଣୀ ମଣ୍ଡପ ଏବଂ ଜଗନ୍ନାଥପୁର ଠାରେ ଥିବା ବାଲୁଙ୍କେଶ୍ବର ନୂତନ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ ଙ୍କ ସମେତ ବରିଷ୍ଠ ନେତୃବୃନ୍ଦ , ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ।ବିକାଶ କୁ ଗୁରୁତ୍ଵ ଦେଉଥିବା ଦଶପଲ୍ଲା ବିଧାୟକ ଙ୍କୁ ପାଇ ଆମେ ଗର୍ବିତ ବୋଲି ପଞ୍ଚାୟତବାସୀ କହିଥିଲେ।

Exit mobile version