ଅସରାଏ ବର୍ଷାରେ ପାରଳାଖେମୁଣ୍ଡି ସହରର ରାସ୍ତା ଉପରେ ଆଣ୍ଠୁଏ ପାଣି

ଓଡିଶା ତାଜା ନ୍ୟୁଜ୍ ( ୦୫ ଜୁଲାଇ ରବିବାର) ପାରଳାଖେମୁଣ୍ଡି :- ଅସରାଏ ବର୍ଷାରେ ବେହାଲ ପାରଳାଖେମୁଣ୍ଡି ସହର, ରାସ୍ତା ଉପରେ ଆଣ୍ଠୁଏ ପାଣି, ସୃଷ୍ଟି ହୋଇଛି କୃତିମ ବନ୍ୟା , ଏ ଦୃଶ୍ୟ ହେଉଛି ପାରଳାଖେମୁଣ୍ଡି ମୁନିସିପାଲିଟି ୨ ନମ୍ବର ୱାର୍ଡ଼ର, ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଆସୁଛି। ଦୀର୍ଘ ବର୍ଷ ଧରି ଲାଗି ରହିଛି ଏହି ସମସ୍ୟା। ସାମାନ୍ୟ ବର୍ଷା ଆସିଲେ ସହରର ଏହି ଅଞ୍ଚଳରେ ପାଣି ଜମି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମଳରୁ ନାଳ ପାଣି ନିଷ୍କାସନ ପାଇଁ ସହର ମଧ୍ୟରେ ସୁବ୍ୟବସ୍ଥା କରାଯାଇଛି। ପ୍ରତି ସାହିରୁ ନିଷ୍କାସିତ ଜଳ ଚାରିଗୋଟି ମୂଖ୍ୟ ନାଳ ଦେଇ ସୀତା ସାଗରରେ ସଂଲଗ୍ନ ହୋଇଛି। କିନ୍ତୁ ବିଭିନ୍ନ ସ୍ଥାନରେ ଜବରଦଖଲ ସହ ଠିକ୍ ଭାବେ ନର୍ଦ୍ଦମା ସଫା କରା ନଯିବା ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି। ବର୍ଷା ଋତୁରେ ଏହି ସମସ୍ୟା ଦ୍ଵିଗୁଣିତ ହୋଇଥାଏ। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବା ଜରୁରୀ ହୋଇଛି । ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version