ରଣପୁର ବ୍ଲକ କାସନ୍ଦା ପଚାଂୟତ ରେ ଭତା ବଂଟନ କୁ ନେଇ ବିଜେଡି-ବିଜେପି ବିବାଦ : ମାସେ ହେଲା ପଚାଂୟତ କାର୍ଯ୍ୟାଳୟ ରେ ତାଲା

ସମସ୍ୟା ରେ ହିତାଧିକାରୀ – ଛୁଟିରେ ପଂଚାୟତ ଅଧିକାରୀ – ତାଲା ଖୋଲିବା ନେଇ ବିଡଓ ଙ୍କ ପ୍ରତିଶୃତି

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ବ୍ଲକ କାସନ୍ଦା ପଚାଂୟତ ରେ ଭତା ବଂଟନ କୁ ନେଇ ପୁର୍ବରୁ ସ୍ଥାନୀୟ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିରହିଥିବା ଦେଖିବାକୁ ମିଳିଥିବାବେଳେ ବିଜେପି – ବିଜେଡି ମଧ୍ୟରେ ରହିଥିବା ଏହି ପ୍ରତିଦ୍ୱନ୍ଦିତା ଓ ବିବାଦ କାରଣ ରୁ ଗତ ମାସେ ହେଲା କାସନ୍ଦା ପଚାଂୟତ କାର୍ଯ୍ୟାଳୟରେ ତାଲା ଝୁଲିବା ଓ ଏଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନନେବା ଘଟଣା ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି ।ପ୍ରକାଶ ଯେ , ଅଗଷ୍ଟ ମାସ ରେ ବ୍ଲକ ର ବିଭିନ୍ନ ପଚାଂୟତରେ ନୁତନ ହିତାଧିକାରୀ ଙ୍କ ନିମନ୍ତେ ଭତା ମଞ୍ଜୁର ହୋଇଥିଲା । ଏହି ନୁତନ ହିତାଧିକାରୀ ଙ୍କୁ ଭତା ପ୍ରଦାନ କରି ନିଜ ଦଳପ୍ରତି ସମର୍ଥନ ହାସଲ କରିବା ଉଦେଶ୍ୟ ରେ ବିଜେପି ସମର୍ଥିତ ବ୍ଲକ ଅଧ୍ୟକ୍ଷା ଓ ବିଜେଡି ବିଧାୟକ ଙ୍କ ମଧ୍ୟରେ ସେହି ସମୟରେ ପ୍ରତିଦ୍ୱନ୍ଦିତା ଲାଗିଥିଲା ।

କିଛି ପଚାଂୟତରେ ବିଧାୟକ ଓ କିଛି ପଚାଂୟତରେ ଅଧ୍ୟକ୍ଷା ଭତା ବଂଟନ କରିଥିଲେ । ତେବେ କାସନ୍ଦା ପଚାଂୟତରେ ବିଧାୟକ ଭତା ବାଂଟିବା ନିମନ୍ତେ ସ୍ଥିର ହୋଇଥିବା ଉକ୍ତ ପଚାଂୟତର ବିଜେପି ସରପଂଚ ଜାଣିବାପରେ ଏନେଇ ପଚାଂୟତର ନିର୍ବାହୀ ଅଧିକାରି ଙ୍କୁ ପଚାରିଥିଲେ । ତେବେ ନିର୍ବାହୀ ଅଧିକାରୀ ଏବିଷୟରେ ଜାଣିନି ବୋଲି କହି ପଚାଂୟତରୁ ଚାଲିଯାଇଥିଲେ । ପରମୁହୁର୍ତରେ ସରଂପଚ କାର୍ଯ୍ୟାଳୟରେ ତାଲା ପକାଇ ଚାଲି ଆସିଥିଲେ । ସରଂପଚ କାର୍ଯ୍ୟାଳୟରେ ତାଲା ପକାଇ ଆସିବାପରେ ବିଜେଡି ସମର୍ଥକ ଆଉ ଏକ ତାଲା ପଚାଂୟତ କାର୍ଯ୍ୟାଳୟରେ ଝୁଲାଇଛନ୍ତି । ଫଳରେ ଗତ ଅଗଷ୍ଟ ମାସ ୧୫ ତାରିଖ ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ହେବ ପଚାଂୟତରେ ତାଲା ଝୁଲୁଛି । ଏନେଇ ସରଂପଚ ପଜ୍ଞାଞ୍ଜଳି ଚହଟରାୟ ଙ୍କ ସହ ଯୋଗାଯୋଗ ପରେ ସେ ଏହାକୁ ସ୍ୱୀକାର କରିଛନ୍ତି । ଏବଂ ଏନେଇ ବିଡିଓ ଙ୍କୁ ଲିଖିତ ଅବଗତ କରିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି । ମୋ କାମ ଶେଷ କରି ମୁଁ ପଚାଂୟତରେ ତାଲା ପକାଇ ଆସିଲି ମୋ ପରେ ବିଜେଡି ର କିଛି ବ୍ୟକ୍ତି ତାଲା ପକାଇ ଦେଇଛନ୍ତି ବୋଲି ସେ ଜଣାଇଛନ୍ତି ।

ସେହିଭଳି ବିଡିଓ ଜ୍ୟୋତି ପ୍ରକାଶ ସେଠୀ ଙ୍କ ସହ ଯୋଗାଯୋଗ ପରେ ସେ ମଧ୍ୟ ତାଲା ପକା ଘଟଣା କୁ ସ୍ୱୀକାର କରିଛନ୍ତି । ବିଜେପି-ବିଜେଡି ବାଦ ବିବାଦ ରୁ ସମସ୍ୟା ସୃଷ୍ଟି ହୋଇଛି ାତେବେ ଯେଭଳି କୌଣସି ହିତାଧିକାରୀ ସମସ୍ୟା ର ସମ୍ମୁଖୀନ ହେବେନି ସେ ନେଇ ମୁଁ ସତର୍କ ଅଛି । ପୁଲିସ ଉପସ୍ଥିତି ରେ ତାଲା ଭାଙ୍ଗିବା ନିମନ୍ତେ ପୁଲିସ କୁ ମୁଁ ଚଳିତ ମାସ ୫ ତାରିଖ ରୁ ଚିଠି ଲେଖିଛି । ତେବେ ପଚାଂୟତ ନିର୍ବାହୀ ଅଧିକାରୀ ଛୁଟିରେ ଥିବାରୁ ତାଲା ଖୋଲାଯାଇପାରିନି । ଖୁବଶୀଘ୍ର ଉକ୍ତ ସମସ୍ୟା ର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ାଅପରପକ୍ଷରେ ପଚାଂୟତ କାର୍ଯ୍ୟାଳୟରେ ତାଲା ପଡିବା କାରଣ ରୁ ହିତାଧିକାରି ଭତା ପାଇବା ନିମନ୍ତେ ସମସ୍ୟା ସୃଷ୍ଟି ହୋଇଛି ା ବିଜେପି- ବିଜେଡି କଳିରୁ ସାଧାରଣ ହିତାଧିକାରୀ ଯେଭଳି ଅସୁବିଧା ର ସମ୍ମୁଖୀନ ନହୁଅନ୍ତି ସେ ଦିଗରେ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ପଚାଂୟତବାସୀ ମତ ପ୍ରକାଶ କରିଛନ୍ତି ।

Exit mobile version