୨୦ ଦିନ ରୁ ଉର୍ଦ୍ଧ ହେବ ଆଦର୍ଶ ଶୌଚାଳୟ ରେ ତାଳା – ଯାତ୍ରୀ ହନ୍ତସନ୍ତ

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼  :-> ଇଟା ହେଉଛେ ପାଟଣାଗଡ଼ର ଆଦର୍ଶ ଶୌଚାଳୟର “ଅଣସର” ସମୟର ଦୃଶ୍ୟ, ଏହି ସମୟରେ ଭକ୍ତକୁ ପ୍ରବେଶ ନିଷେଦ୍ଧ କରାଯିବାର ନୀତି ରହିଛି । କଥାରେ ଅଛେ ଦାନ୍ତ ଥିଲେ ଚନା ନାଇଁ ଚନା ଥିଲେ ଦାନ୍ତ ନାଇଁ । ଯେତେବେଳେ ପାଟଣାଗଡ଼ ବସ ଷ୍ଟେସନର ଅବସ୍ଥା ସାଙ୍ଘାତିକ ଥିଲା ସେତେବେଳେ ଭକ୍ତମାନେ ନବକଳେବର ପାଇଁ ଦାବୀ କଲେ । ବସ ଷ୍ଟେସନରେ କାଦୁଅ ପଚ ପଚ ହେଉଥିଲା ,ଅସଫା ଦିଶୁଥିଲା ଏବେ ଫେବର ବ୍ଲକ ଲଗେଇ ନୁଆଁ ରୂପ ଦିଆ ଯାଇଛି । ଭକ୍ତ ମାନଙ୍କ ପାଇଁ ବିଶ୍ରାମ ଗୃହ ଟିଏ ନିର୍ମାଣ କରାଯାଇଛି ସତ କିନ୍ତୁ ଶୁଭ ଉଦଘାଟନ କରିବା ପାଇଁ ନେତା ବାହାରୁ ନାହାନ୍ତି ବୋଲି ସେ ବିଶ୍ରାମ ଗୃହ ମଧ୍ୟ ଲାଜକୁଳି ଲତା ଭଳି ଭକ୍ତଂକୁ ଦେଖିଲେ ସରମି ଯାଉଛି ।

ସେହିଭଳି ଭକ୍ତ ମାନଙ୍କ ସକାଳୁଆ ଦର୍ଶନ ଓ ସାନ୍ଧ୍ୟ ଦର୍ଶନ ପାଇଁ ଯେଉଁ ସୁଲଭ ଶୌଚାଳୟର ବ୍ୟବସ୍ଥା କରାଯାଇଛି ତାହା ଆଜି କାହାର ଅଭିଶାପ ପାଇ ପାଷାଣ ପାଲଟି ଯାଇଛି କାହାକୁ ଜଣାନାହିଁ । ତାକୁ କିଏ ଛୁଇଁଲେ ପୁନର୍ଜିବିତ ପାଇବ କାହାକୁ ଜଣା,କିଏ କହିବ ? ଦେଖାଯାଉ ସେହି ଶୌଚାଳୟ କେବେ ପୁନର୍ଜିବିତ ପାଇ ଭକ୍ତ ମାନଙ୍କୁ ଦର୍ଶନ ଦେବ । ଯାହାଦ୍ୱାରା ଭକ୍ତ ଯେଉଁଭଳି କଲବଳ ହେଉଛନ୍ତି ତାହା ଯାହାକୁ ସିରିୟସ ଲାଗୁଥିବ ତାହାକୁ ଜଣା । ଦୀର୍ଘ କୋଡ଼ିଏ ଦିନରୁ ଅଧିକ ହେବ ତାଲା ପଡ଼ିଛି ଏହି ଶୌଚାଳୟ । ଯାହାଫଳରେ ଯାତ୍ରୀ ମାନେ ହନ୍ତସନ୍ତ ହୋଇଥିବା ବେଳେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେବାକୁ ସର୍ବ ସାଧାରଣ ରେ ଦାବି ହେଉଛି ।

Exit mobile version