ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଯୋଜନା ଅଧିନରେ ଶ୍ରମିକ ସଚେତନତା ଓ ନାମ ପଞ୍ଜିକରଣ ଶିବିର

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->  ଖାରବେଳ ନଗର ସ୍ଥିତ ରେଡ଼କ୍ରସ ଭବନଠାରେ ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଭୁବନେଶ୍ୱର, ସେ୍ୱଚ୍ଛାସେବୀ ଅନୁଷ୍ଠାନ ସି ସି ଡବ୍ଲì ଡି ଓ ଆକ୍ସନଏଡ଼ ର ମିଳିତ ସହଯୋଗରେ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଯୋଜନା ଅଧିନରେ ଏକ ଶ୍ରମିକ ସଚେତନତା ଓ ନାମ ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ରାଜ୍ୟ ସରକାରଙ୍କ ଦ୍ୱାରା ସଦ୍ୟ ଘୋଷିତ ୫୦ ବର୍ଗର ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୨୮ ଜଣ ଶ୍ରମିକଙ୍କୁ ପଞ୍ଜିକରଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି,

ଏବଂ ଅତିରିକ୍ତ ଶ୍ରମ ଆୟୁକ୍ତ ଶ୍ରୀ ନୀଳାମ୍ବର ମିଶାଲ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କର ଅଣସଂଗଠିତ ସାମାଜିକ ସୁରକ୍ଷା ଯୋଜନାରେ ଆହୁରି ଅଧିକରୁ ଅଧିକ ଶ୍ରମିକ ଭାଇ ଓ ଭଉଣୀମାନେ ଅନ୍ତର୍ଭୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ଅଗ୍ରଣୀ ସେ୍ୱଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସଦାଶିବ ସ୍ୱାଇଁ, ଆକ୍ସନଏଡ଼ ର ଆସୋସିଏଟ ଡାଇରେକଫର ଶ୍ରୀ ଦେବବ୍ରତ ପାତ୍ର, ପ୍ରୋଗ୍ରାମ ଅଫିସର ବି ଏନ ଦୁର୍ଗା ଏବଂ ମାନବିକଧିକାର କର୍ମୀ ଶ୍ରୀ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକୁ ବସ୍ତି ସ୍ତରରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାରେ ସମ୍ପୂର୍ଣ ସହଯୋଗ କରିବାକୁ କହିଥିଲେ । ପ୍ରଭାଗୀୟ ଶ୍ରମ ଅଧିକାରୀ ଶ୍ରୀ ପ୍ରଣବ କୁମାର ପାତ୍ର ଏହି ଶିବିରରେ ସ୍ୱାଗତ ଭାଷଣ ଦେବା ସହିତ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ସହକାରି ଶ୍ରମ ଅଧିକାରୀ ସୌମ୍ୟାରଂଜିତା ଦଳାଇ ଯୋଜନା ସମ୍ପର୍କୀୟ ଏକ ବିସ୍ତୃତ ବିବରଣୀ ଉପସ୍ଥିତ ଶ୍ରମିକମାନଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ, ରଶ୍ମିତା କୁମାରୀ ପାତ୍ର, କାଲିପୁତ୍ର କୁଲଦୀପ ପ୍ରସାଦ ଏବଂ ଜିଲ୍ଲା କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ଏବଂ ସଙ୍ଘମିତ୍ରା ସାହୁ ମଧ୍ୟ ଯୋଗଦାନ କରିଥିଲେ । ସଭା ଶେଷରେ ସହକାରୀ ଶ୍ରମ ଅଧିକାରୀ ପିପାସା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟରେ ସିସିଡବ୍ଲìଡିର ଭାସ୍କର ପ୍ରଧାନ, କୃଷ୍ଣ, ରେଣୁ କଲ୍ୟାଣୀ. ଲକି, ସ୍ନିUା, ସୁଚରିତା, ସନ୍ଧ୍ୟା, ସରସ୍ୱତୀ, ଶିବ ସାହୁ, ସବିତା ପ୍ରମୁଖ କର୍ମୀମାନେ ସହଯୋଗ କରିଥିଲେ ।

Exit mobile version