ମାହାଙ୍ଗାରେ ଗୋଷ୍ଟି ସଂକ୍ରମଣ ଯୋଗୁ ୮ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୫୪

ଓଡିଶା ତାଜା ନ୍ୟୁଜ୍ ( ୦୪ ଜୁଲାଇ ଶନିବାର ) କଟକ, ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗାରେ ଆଜି ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି,  ସମସ୍ତ ପଜିଟିଭ ଗୋଷ୍ଟି ସଂକ୍ରମଣରୁ ହୋଇଥିବା ଜଣାଯାଇଛି, କଟକ ଟିଟି ଙ୍କ ସମ୍ପର୍କୀୟ  ଙ୍କ ସଂସ୍ପର୍ଶରେ ଆସିଥିବା କୋଳିଅଠା ଗ୍ରାମର  ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଓମ୍ଫେଡ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି,  ବାକି ଅନ୍ୟ ୬ ଜଣ ସଂକ୍ରମିତ ବଡମ୍ବା ପୋଲିସ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି  ସଂକ୍ରମିତ ହୋଇଥିବା ଜଣା ଯାଇଛି,  ଏହି ୬ ଜଣଯାକ ଉଷୁମା ଗ୍ରାମର ବୋଲି ଜଣାପଡିଛି,  ସଂକ୍ରମିତ ବ୍ୟକ୍ତିଙ୍କ  ସଂସ୍ପର୍ଶରେ ଅନ୍ୟ କିଏ  କଣ୍ଟାକ୍ଟରେ ଆସିଛନ୍ତି ସେମାନକୁ ଚି଼ହ୍ନଟ କରାଯାଉଛି, ଲକ ଡାଉନ ଓ ସଟ ଡାଉନ କୁ ନମାନି ଭୋଜି ଭାତ କରିବା ଓ ଏକାଠି ବାସୀ ତାସ ଖେଳ ଖେଳିବା ଏବେ ସ୍ଥାନୀୟ ଅଂଚଳରେ ମୁଣ୍ଡ ବିନ୍ଧା କାରଣ ହୋଇଛି, 

ଗୋଷ୍ଟି ସଂକ୍ରମଣ ପରେ ସ୍ଥାନୀୟ ସରପଞ୍ଚ ଆସନ୍ତା ୯ ତାରିଖ ଯାଏ ସେହି ଗ୍ରାମକୁ ସଟ ଡାଉନ ଘୋଷଣା କରିଚନ୍ତି,  ଲୋକଙ୍କ ଚତୃପାର୍ଶ୍ୱରେ କରୋନା  ମହାମାରୀ ଘୁରି ବୁଲୁଥିବା ବେଳେ ଲୋକମାନେ ସଚେତନ ହୋଇବି ଅସଚେତନଭଳି ପରସ୍ପର ଶହ ମିଳାମିଶା କରିବା, ମାସ୍କ ନପିନ୍ଧିବା ଯୋଗୁ ବହୁ ମୂଲ୍ୟ ଦେବାକୁ ପଡ଼ୁଚି,  ପ୍ରଶାସନ ଯେତେ ବୁଝାଇଲେବି ଅମାନିଆ ମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି,  ଗୋଷ୍ଟି ସଂକ୍ରମଣ କୁ ରୋକିବାକୁ ହେଲେ ମାହାଙ୍ଗାର ସମସ୍ତ ସଚେତନଶୀଳ ନାଗରିକ ମାନେ ସାମାଜିକ ଦୂରତ୍ୱକୁ ମାନି ଆବଶ୍ୟକ ଥିଲେ ବାହାରକୁ ବାହାରନ୍ତୁ ବୋଲି ପ୍ରଶାସନ ଚେତାବନୀ ଦେଇଛି,  ଅପର ପକ୍ଷରେ ମାହାଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଔଷଧ ଦୋକାନ ଗୁଡିକରେ ପ୍ରବଳ ଭିଡ  ଜମୁଥିବା ଓ ସାମାଜିକ ଦୂରତ୍ୱ ରହୁନଥିବା ଦେଖିବାକୁ ମିଳିଛି,  ସଂକ୍ରମିତ ହୋଇଥିବା ବ୍ୟକ୍ତି ମାନଙ୍କ ଘର ମାହାଙ୍ଗା ମେଡିକାଲ  ନିକଟରେ ହୋଇଥିବାରୁ ଜନସାଧାରଣ ମାନେ ସତର୍କତା ଶହ ଚଳପ୍ରଚଳ କରିବାକୁ କୁହାଯାଇଛି, (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ )

Exit mobile version