ପ୍ରାଚୀନ ସାହିତ୍ୟର ସୁରକ୍ଷା ସହ ଅଧିକ ଗବେଷଣା ନିମନ୍ତେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ : ନିର୍ଦ୍ଦେଶକ

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ ଯେ ଆମର ପ୍ରାଚୀନ ସାହିତ୍ୟର ସୁରକ୍ଷା ସହ ସେ ବାବଦରେ ଅଧିକ ଗବେଷଣା ନିମନ୍ତେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ । ପ୍ରାଚୀନ ତାଳପତ୍ର ପୋଥିଗୁଡ଼ିକର ସଂରକ୍ଷଣ ସହ ଏ ସବୁ ଲୋକଲୋଚନକୁ ଆସିଲେ ଉତ୍ତରପିଢ଼ି ଆମ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଅଧିକ ଜ୍ଞାନ ଓ ତଥ୍ୟ ଲାଭ କରିପାରିବେ ।

ଏଥିରେ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ସରକାରଙ୍କ ଏପରି ପ୍ରୟାସ ଦ୍ୱାରା ଆମର ପ୍ରାଚୀନ ଦୁର୍ଲଭ ପୋଥି ସଂରକ୍ଷିତ ରହିବା ସହ ଆମର ଗୌରବମୟ ଇତିହାସ ବାବଦରେ ବିଶ୍ୱବାସୀ ଜାଣିପାରିବେ । ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ଯୁଗ୍ମ ନିର୍ଦ୍ଦେଶିକା ଅତସି ଦାସ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରାଜ୍ୟ ସଂଗ୍ରହାଳୟରେ ଅକେଫାବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର, ଏମ୍‌.ଫିଲ୍‌ ଏବଂ ପିଏଚ୍‌ଡିରେ ଅଧ୍ୟୟନରତ ପ୍ରାୟ ୯୪ ଜଣ ବିଦ୍ୟାର୍ଥୀ ଯୋଗଦେଇ ପ୍ରାଚୀନ ପୋଥିଗୁଡ଼ିକର ସଂରକ୍ଷଣ ନିମନ୍ତେ ବ୍ୟବହାରିକ ତାଲିମ ଗ୍ରହଣ କରୁଛନ୍ତି । ପର୍ଯ୍ୟାୟକ୍ରମେ ଅଧିକ ବିଦ୍ୟାର୍ଥୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ା

ଆସନ୍ତାକାଲିଠାରୁ ବିଶେଷଜ୍ଞ ଭାବେ ଯୋଗଦେଇ ଡ. ଗୌରାଙ୍ଗ ଚରଣ ଦାସ, ଡ. ପ୍ରଦୀପ୍ତ କୁମାର ପଣ୍ଡା, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, ଡ. ସନ୍ତୋଷ କୁମାର ରଥ, ଡ. ରମେଶ ଚନ୍ଦ୍ର ମଲ୍ଲିକ, ଡ. ସନ୍ତୋଷ କୁମାର ତି୍ରପାଠୀ, ଶ୍ରୀ ଅରୁଣ କୁମାର ନାୟକ, ଶ୍ରୀ ବିଭାସ କୁମାର, ଶ୍ରୀ ଜ୍ୟୋତି ରାଜ୍‌, ପର୍‌ବିନ୍ଦର୍‌ କୌର, ଅନୁରାଧା ଚୌଧୁରୀ, ଆଜ୍‌ଫର୍‌ ଅହମ୍ମଦ୍‌ ପ୍ରମୁଖ ବିଦ୍ୟାର୍ଥୀମାନଙ୍କୁ ପୋଥି ସଂରକ୍ଷଣ ନେଇ ପ୍ରଶିକ୍ଷଣ ଦେବେ । ଏହି ଅବସରରେ ଞ୍ଜଫଞ୍ଚଟ୍ଟ;ଟିପିକାଲ୍‌ ସିଲେକସନ୍ସ ଫ୍ରମ୍‌ ଓଡ଼ିଆ ଲିଟେରେଚରି୩୯;ର ଭାଗ-୧ ଏବଂ ଭାଗ-୨ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ତାଳପତ୍ର ପୋଥିର ସଂରକ୍ଷଣ ଏବଂ କୁ୍ୟରେଟର ଭାରତୀ ପାଲ୍‌ ଓଡ଼ିଆ ଲିପିର କ୍ରମବିକାଶ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାହିିତି୍ୟକ/ଗବେଷକ ରାମହରି ଜେନା, ନିବେଦିତା ମହାନ୍ତି, ମମତା ଦାଶ ପ୍ରମୁଖ ଉପସ୍ଥିତ ରହି ଏଭଳି ଅଭିନବ ପ୍ରୟାସ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ ଦେଇଥିଲେ ।

Exit mobile version