ଭାରତ ମସଲାର ୨୪ ତମପ୍ରତିଷ୍ଠା ଦିବସ

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକର ଓସିଏ କନଫରେନ୍ସ ହଲରେ ଶୁକ୍ରବାର ରାତିରେ ଅଗ୍ରଣୀ ମସଲା କମ୍ପାନୀ ଭାରତ ମସଲାର ୨୪ ତମ ପ୍ରତିଷ୍ଠା ଉତ୍ସବ ପାଳନ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତ ମସଲା କମ୍ପାନୀର ଫାଇନାନ୍ସ ମ୍ୟାନେଜର ଅଶ୍ୱିନୀ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଭାରତ ମସଲା ଏବଂ ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା , ଜୟ ଭାରତ ଫାଉଣ୍ଡେସନର ଟ୍ରଷ୍ଟି ତଥା କଟକ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ପ୍ରଫୁଲ୍ଲ ସିଂହ , ଭାରତ ମସଲା କମ୍ପାନୀର ଟ୍ରଷ୍ଟି ସୁମନ୍ତ କୁମାର ପଣ୍ଡା ,

ଭାରତ ମସଲା କମ୍ପାନୀର ଅପରେସନ ପରିଚାଳକ ଅରୁଣ କୁମାର ନାୟକ, ପ୍ରଡ଼କସନ ମ୍ୟାନେଜର ନବକୃଷ୍ଣ ପ୍ରଧାନ, ଭାରତ ମସଲାର ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା , ଆଶୁତୋଷ ପଣ୍ଡା, ଦିଗନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଭାରତ ମସଲା ପୂଜ୍ୟ ପୂଜାକୁ ବଜାୟ ରଖିଥିଲା ବେଳେ ଓଡ଼ିଶାର ନାମକୁ ସଫଳତାର ସହ ଶୀର୍ଷରେ ପହଞ୍ଚାଇ ପାରିଛି । ଚଳିତ ବର୍ଷ ଭାରତ ମସଲା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ୧୯ ତାରିଖ ଗଣେଶ ପୂଜା ଦିନ,

ଜଗତପୁର ଠାରେ ଆୟୋଜିତ ୨୪ ତମ ବାର୍ଷିକ ଉତ୍ସବରେ ମ୍ବର୍ଦ୍ଧିତ କରିଯିବ ବୋଲି ଭାରତ ମସଲାର ଟ୍ରଷ୍ଟି ସୁମନ୍ତ କୁମାର ପଣ୍ଡା ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ଯୁବ ବୈଜ୍ଞାନିକ ଡ଼କ୍ଟର ଶେଷ କିଷାନଙ୍କୁ ଭାରତ ଗୌରବ ସମ୍ମାନ , ବନଜା ଦେବୀଙ୍କୁ କଥା ଭାରତ ସମ୍ମାନ , ଡାକ୍ତର ପ୍ରଦିପ କୁମାର ମହାନ୍ତିଙ୍କୁ ସେବା ଭାରତ ସମ୍ମାନ , ଶୁଭ୍ରାଂଶୁ ସେନାପତିଙ୍କୁ କ୍ରୀଡା ଭାରତ ସମ୍ମାନ, ଗୀତିକାର ପ୍ରେମାନନ୍ଦଙ୍କୁ ସଂସ୍କୃତି ଭାରତ ସମ୍ମାନ , ସବ୍ୟସାଚୀ ପାତ୍ର , ମିତ୍ରବର ସିଂ ଏବଂ ହିମାଂଶୁ ପାତ୍ରଙ୍କୁ ବିଦ୍ୟା ଭାରତ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଏଥିରେ କମ୍ପାନୀର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Exit mobile version