ଲିଙ୍ଗିପୁର ପଂଚାୟତ ଖୋଦ ରାଜଧାନୀରେ ପାଣି ପାଇଁ ଡହଳବିକଳ ବସୁଧା ଯୋଜନା ଫେଲ ବିଦ୍ୟୁତ ବିଲ୍ ପଇଠ ନକରିବାରୁ ଲୋକେ ହନ୍ତସନ୍ତ ନିର୍ବାଚନ ପରେ କାଶିଆ କିଏ କପିଳା କିଏ …?

ସରକାରଙ୍କର କି ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭୁବନେଶ୍ୱର ଉପକଣ୍ଠ ଏକାମ୍ର ନିର୍ବାଚନ ଅଧିନସ୍ଥ ଲିଙ୍ଗିପୁର ପଂଚାୟତରେ ସପ୍ତାହେ ହେଲା ୧୩ଟି ୱାର୍ଡରେ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକ ପାଣି ପାଇଁ ଡହଳବିକଳ । ବସୁଧା ଯୋଜନାରେ ସରକାର ଜନସାଧାରଣଙ୍କ ପାଇଁ ସୁବିଧା କରିଛନ୍ତି କିପରି ଭାବେ ସହଜରେ ସମସ୍ତେ ପାନୀୟ ଜଳ ପାଇପାରିବେ । ଏଥିନେଇ ଲିଙ୍ଗିପୁର ସଂରପଚଙ୍କର ନିଘା ନାହିଁ । ଏଠାରେ ପ୍ରତି ପାଂଚ ହଜାର ଲୋକରେ ଗୋଟିଏ ନଳକୂପ ଅଛି କି ନାହିଁ । ବସୁଧା ଯୋଜନାରେ ପ୍ରତି ଘରକୁ ପାଣି ଟ୍ୟାପ ବିଛାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । କିନ୍ତୁ ସରକାରଙ୍କର କି ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

ଏଠାରେ ନିଜ ଘରେ କୂଅ ଖୋଳିବା ପାଇଁ ଆର୍ଥିକ ସମ୍ବଳ ସମସ୍ତଙ୍କର ନାହିଁ । ଗୋଟିଏ ନଳକୂପ ଖୋଲିବା ପାଇଁ ହେଲେ ଦେଢଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଅଧିକାଂଶ ଘର ଗରିବ ପରିବାର ହୋଇଥିବାରୁ ନଳକୂପ ଖୋଳିବା ସମ୍ଭବପର ନୁହେଁ । ଏଣୁ ସମସ୍ତେ ବସୁଧା ଯୋଜନାରେ ଯୋଗା ଯାଉଥିବା ପାଣି ଉପରେ ନିର୍ଭର କରୁଛନ୍ତି । ଯଦି ବେଳେବେଳେ ଲାଇନ କଟିଯାଏ ପାଣି ମିଳିବା ବି ସମ୍ଭବ ନୁହେଁ । ସକାଳେ ଓ ସଂଜରେ ଘରର ମହିଳା, ଝିଅ, ପୁଅ ଗରା, ବାଲଟି ଧରି ଯେଉଁଠି ନଳକୂପ ଅଛି ଲାଇନ କରୁଛନ୍ତି । ଯେଉଁ ପାଣି ମିଳୁଛି ତାହା ପିଇବା ଉପଯୋଗୀ ନୁହେଁ । ତେଣୁ କପଡାରେ ଢାଙ୍କି ପାଣି ନେଉଛନ୍ତି ।

ଏ ବିଷୟରେ ସ୍ଥାନୀୟ ସରପଂଚଙ୍କୂ ଯୋଗାଯୋଗ କଲେ ମଧ୍ୟ ଯୋଗାଯୋଗ ହୋଇପାରୁନାହିଁ । ଏକ ଅସମର୍ଥିତ ସୂତ୍ରରୁ ଶୁଣିବାକୁ ମିଳିଛି ଯେ ସ୍ଥାନୀୟ ସରଂପଚ ବିଦ୍ୟୁତ୍ ବିଲ୍ ପଇଠ କରିନଥିବାରୁ ବିଦ୍ୟୁତ ସରବରାହ କାଟି ଦିଆଯାଇଛି । ଯାହାଫଳରେ କି ପାଣି ଯୋଗାଇବା ସମ୍ଭବପର ହୋଇପାରୁନାହିଁ । ଏଥରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ନାଥପୁର, ରଘୁନାଥପୁର, ଗାଙ୍ଗୋତ୍ରୀ ନଗର ୧, ୨,୩ ଇତ୍ୟାଦି । ଏଣୁ ଲୋକମାନେ ଚେତାବନୀ ଦେଇଛନ୍ତି କି ପଂଚାୟତର କାର୍ଯ୍ୟକର୍ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆବଶ୍ୟକୀୟ ବାକି ଥିବା ବୈଦ୍ୟୁତିକ ପାଉଣା ତୁରନ୍ତ ଭରଣା କରି ଜଳଯୋଗାଣ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ।

Exit mobile version