ନୂଆଗାଁ ଥାନା ଅଧିକାରୀ ନାରାୟଣ ଲେଙ୍କା ଙ୍କ ତତ୍ତ୍ଵାବଧାନରେ ସଚେତନତା କାର୍ଯ୍ୟକ୍ରମ

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ଥାନା ତରଫରୁ ନୂଆଗାଁ ବ୍ଲକ୍ ସଦରମହକୁମାରେ ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ପାର୍ବଣ ପର୍ବ ହେବାକୁ ଯାଉଥିବା ଦୃଷ୍ଟିରେ ରଖି ନୂଆଗାଁ ଥାନା ଅଧିକାରୀ ନାରାୟଣ ଲେଙ୍କା ଙ୍କ ତତ୍ତ୍ଵାବଧାନରେ ଏସଆଇ ପୁରୁଷୋତ୍ତମ ପ୍ରଧାନ, ତାନସେନ ବେହେରା ,

ଏଏସଆଇ ଜଗନ୍ନାଥ ଜେନା, ମନୋରଞ୍ଜନ ଦେହୁରୀ ସମେତ ସମସ୍ତ କର୍ମଚାରୀ ନୂଆଗାଁ ସଦରମହକୁମାରେ ଥିବା ମହିତମା , କୋରଡ଼ା , ନୂଆଗାଁ ବ୍ଲକ, କଲେଜ ଆଦି ବିଭିନ୍ନ ଛକରେ ବୁଲି ଆଗାମୀ ପାର୍ବଣ ପର୍ବରେ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ଲୋକମାନଙ୍କ ସହିତ ଆଲୋଚନା କରିବା ସହ ସଚେତନ କରାଇଥିଲେ।

Exit mobile version