ଛତ୍ରପଡ଼ା ଉଚ୍ଚ ବିଦ୍ୟାଳୟରେ ଜାତୀୟ ହିନ୍ଦୀ ଦିବସ ପାଳିତ

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ :-> ବେଗୁନିଆ ବ୍ଲକ ଛତ୍ରପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ବରେ ଜାତୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପ୍ରୀତିଶ ବେଉରା ମୁଖ୍ୟ ବକ୍ତା ଏବଂ ଚଗଲା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହିନ୍ଦୀ ଭାଷା ପ୍ରତି ଆଦର ସମ୍ମାନ ଏବଂ ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।

ପ୍ରାୟ ପନ୍ଦର ଛାତ୍ରଛାତ୍ରୀ ରାଷ୍ଟ୍ର ଭାଷା ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି କୈଳାଶ ଚନ୍ଦ୍ର ତ୍ରିପାଠୀ ପିଲାମାନଙ୍କୁ ଅଧିକରୁ ଅଧିକ ହିନ୍ଦୀ ବିଷୟ ନେଇ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ । ହିନ୍ଦୀ ଶିକ୍ଷୟତ୍ରୀ ସୁଶ୍ରୀ ସରିତା ସାମଲ ସଂଯୋଜନା କରିଥିଲେ। ଛାତ୍ରୀମାନଙ୍କ ଦ୍ଵାରା ଦେଶାତ୍ମବୋଧକ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Exit mobile version