ମୋହନା ବିଧାନସଭା ଗସ୍ତରେ ରାଜ୍ୟ ବିଜେପି ସଭପତି ମୋର ଦେଶ ମୋମାଟି କାର୍ଯ୍ୟକ୍ରମ

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ମୋହନା ବିଧାନସଭା ଆର,ଉଦୟଗିରି ବୁଧବାର ୪ଟାରେ ଶିବ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଜେପି ରାଜ୍ୟ ସଭପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ଉପ ସଭପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ସହିତ ବିଜେପିର ରାଜ୍ୟ ନେତୃତ୍ବରେ ବିଧାନସଭା ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମରେ ମୋହନା ନିର୍ବାଚନ ମଣ୍ଡଳୀର ୮ଟି ମଣ୍ଡଳର ମଣ୍ଡଳପଦାଧିକାରୀ, ଜିଲ୍ଲା ପଦାଧିକାରୀଙ୍କ ସମେତ ଶତାଧିକ କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ । ପ୍ରଥମେ ଅତିଥୀମାନେ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ ସାଂଗଠନିକ ବୈଠକ ହୋଇଥିଲା ।

ବୈଠକରେ ଶ୍ରୀ ଶତପଥୀ ସଂଗଠନକୁ କିପରି ତୃଣମୂଳ ସ୍ତରରୁ ସୁଦୃଢ କରିବା ବୁଥ କମିଟି, ଶକ୍ତିକେନ୍ଦ୍ର ଓ ମଣ୍ଡଳ ସ୍ତରରେ କମିଟି ଗଠନ କରିବା ସହ ତାହାର ସତ୍ୟାପନ୍ କରାଇବା ସହିତ ଦଳ ଦେଇଥିବା ବିଭିନ୍ନ କାର୍ଯ୍ୟକ୍ରମ କିଭଳି ସୁଫଳ ରୂପାୟନ ହୋଇପାରିବ ତାହାରି ଉପରେ ଆଲୋକପାତ କରିଥିଲେ । ପରବତ୍ତୀ ସମୟରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କରିଥିଲେ ଆମକୁ ଜିତିବାକୁ ହେଲେ ସଂଗଠନକୁ ସୁଦୃଢ କରିବା ସହିତ, ରାଜ୍ୟ ସରକାରଙ୍କ ଦୁର୍ନୀତି ଉପରେ ଆନ୍ଦୋଳନ କରିବା, ପ୍ରଧାନମନ୍ତୀଙ୍କ ଗରିବ କଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ତେବେ ପୁଣି ଥରେ ଏଠାରେ ଭାରତୀୟ ଜନତା ପାଟିର ବିଧାୟକ ଜିତିପାରିବ ।

ଶେଷରେ ସଭପତି ଶ୍ରୀ ସାମଲ କହିଥିଲେ ମୋହନା ଏକ ଲଢୁଆ ମାଟି ପୂର୍ବରୁ ଏଠାରେ ଭାରତୀୟ ଜନତା ପାଟିର ବିଧାୟକ ରହିଥିଲେ ବର୍ତମାନ ନିର୍ବାଚନ ମଣ୍ଡଳୀରେ ଦଳକୁ ଭଲ ଭାବରେ ଧାନ ଚାଷ କଲାଭଳି ଏଠି ମଧ୍ୟ ଦଳର ଚାଷ କରିବାର ଅଛି ଏବଂ ନିର୍ବାଚନ ସମୟରେ ବିଧାନସଭା ଆସନ ଅକ୍ତିଆର କରିବା ପାଇଁ ସମସ୍ତ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ସେପଟେ କେନ୍ଦ୍ରକୁ ଆସୁଥିବା ବିଭିନ୍ନ ଯୋଜନା ରାଜ୍ୟ ସରକାର ଯେଉଁଭଳି ଭାବେ ଏକ ଛତ୍ରବାଦ ଭାବେ ନିଜେ ଦେଉଥିବା କହି ଲୋକଙ୍କୁ ଭୂଆଁ ବୋଲାଉଛନ୍ତି

ବର୍ତମାନ ସେ ସମୟ ଆସିଛି ଏହାର ଉଚିତ ଜବାବ ଦେବାର ଦିନ ଆସିଛି ତେଣୁ ସମସ୍ତ ଦଳୀୟ କର୍ମୀ ଏକତ୍ରିତ ହୋଇ ପ୍ରତ୍ୟେକ ଓ୍ବାର୍ଡ ସ୍ତରରୁ ଦଳକୁ ମଜଭୂତ କରିବା ସହ ଦଳ ଯେପରି ୨୦୨୪ରେ ଶାସନ କ୍ଷମତାକୁ ଆସିବ ଏବଂ ଏକ ଛତ୍ରବାଦ ଶାସନର ଅନ୍ତ ହେବ ବୋଲି ମଞ୍ଚାସିନ ଅତିଥୀମାନେ ମନ୍ତବ୍ୟ ଦେଇଥିଲେ । ପରବର୍ତୀ ସମୟରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସାଥିରେ ମୋହନା ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ବରିଷ୍ଠ କାର୍ଯ୍ୟକତ୍ତା ମାନଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତି ଥିବା ଜଣାପଡିଛି । ବୈଠକ ଶେଷପରେ ସ୍ଥାନୀୟ ଉଦୟନାଥ ମନ୍ଦିର ଯାଇ ପୂଜା କରିଥିଲେ ।

Exit mobile version