ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ.ଭାଲିଆସାହିଠାରେ ହିନ୍ଦୀ ଦିବସ ପାଳିତ

୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗୁରୁବାର ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ. ଭାଲିଆସାହିଠାରେ ହିନ୍ଦୀ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି l ହିନ୍ଦୀ ଦିବସ ଅବସରରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ସୁଶ୍ରୀ ରବିନା ଦାସଙ୍କ ତତ୍ୱାବଧାନ ଏବଂ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜନ କରାଯାଇଥିଲା l ଏଥି ସହ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ରଗଡ଼ର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡ଼ର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ବଦ୍ରିନାଥ ଦାସ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ସଭାର ଉତ୍ସାହକୁ ଦ୍ବିଗୁଣିତ କରାଇଥିଲେ l

ଭାରତର ସ୍ୱର୍ଣ୍ଣିମ ଇତିହାସରେ ହିନ୍ଦୀ ଭାଷାର ଭୂମିକା ଏବଂ ବର୍ତମାନ ଯୁଗରେ ଏହାର ପ୍ରଭାବ ଏହି ସଭାର ମୁଖ୍ୟ ବିଷୟବସ୍ତୁ ଥିଲା l ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଷଣ ଓ ସଂଗୀତ ମାଧ୍ୟମରେ ହିନ୍ଦୀ ଭାଷା ପ୍ରତି ଥିବା ସେମାନଙ୍କ ରୁଚି ଓ ଆଗ୍ରହକୁ ସଭା ସଦଗଣ ଆଗରେ ଅବଗତ କରାଇଥିଲେ l ଏଥି ସହ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀମାନେ ମଧ୍ୟ ହିନ୍ଦୀ ଭାଷାର ପ୍ରାଚୁର୍ଯ୍ୟ ଓ ମହତ୍ୱକୁ ନିଖୁଣ ଭାବେ ପ୍ରତିପାଦନ କରିଥିଲେ l ହିନ୍ଦୀ ଦିବସ ଉପଲକ୍ଷେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇ ଉକ୍ତ ବୈଠକର ପରିସମାପ୍ତି କରାଯାଇଥିଲା l

Exit mobile version