ଘରପୋଡ଼ି କ୍ଷତିଗ୍ରସ୍ତ ହୋଇଥିବା ପରିବାର ଙ୍କୁ ଆର୍ଥିକ ସହାୟତା ଦେଲେ – ବିଧାୟକ ପ୍ରତାପ ଜେନା

୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା ବ୍ଲକ :-> ଭଉଁରିଆ ଗ୍ରାମପଞ୍ଚାୟତର ଭଉଁରିଆ ଗ୍ରାମର ପ୍ରଫୁଲ୍ଲ ଜେନାଙ୍କ ଦୁଇ ବଖରା ଘର ପୋଡିଯାଇଥିବା ଖବର ପାଇବା ପରେ ଆମର ପ୍ରିୟ ମାନ୍ୟବର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଦ୍ଵାରା କ୍ଷତଗ୍ରସ୍ତ ପରିବାରଙ୍କୁ ତାର୍ପୋଲିନ ପାଲ,

ଶୁଖିଲା ଖାଦ୍ୟସାମଗ୍ରି ଓ ଆର୍ଥିକ ସହାୟତା ତାଙ୍କ ନିର୍ଦ୍ଦେଶରେ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାକର ରାଉତ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ସେକ ନାସିର ଉଦ୍ଦୀନ , ନାଏବ ସରପଞ୍ଚ ହେମନ୍ତ ରାଉତ,ସେକ ମୋତି ଉର୍ ରସୁଲ,ଅକ୍ଷୟ ଦାସ , ୱାର୍ଡ ମେମ୍ବର ଅଜୟ ରାଉତ ତାଙ୍କ ବାସଭନ ନିକଟରେ ପହଞ୍ଚି କ୍ଷତଗ୍ରସ୍ତ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି।

Exit mobile version