ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ : ଶିକ୍ଷୟିତ୍ରୀ ଙ୍କ ଗଣଧାରଣା

୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :-> ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରାଯିବା,ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ମାନଙ୍କ ଠିକା କାର୍ଯ୍ୟ କାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ୍ କ୍ୟାଡ଼ର ଶିକ୍ଷକ,କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବୁଲ -୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ପ୍ରଦାନ କରାଯିବା,

ନୂତନ ପେନସନ ବ୍ୟବସ୍ଥା କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯିବା ଦାବିରେ ଭୁବନ ବ୍ଲକ ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଗଣ ଧାରଣା ଦେଇଛନ୍ତି । ସଭାପତି ଶତ୍ରୁଘ୍ନ ପାତ୍ର,ସମ୍ପାଦକ ସନ୍ତୋଷ କୁମାର ସାହୁ ଙ୍କ ନେତୃତ୍ୱରେ ଶିକ୍ଷକ ମନୋଜ ମିଶ୍ର ମହାନ୍ତି,ମନୋଜ କୁମାର ସାହୁ,

ଅମରେଶ ଦାଶ,ଅଜୟ କୁମାର ରାଉତ ବସନ୍ତ କୁମାର ସାହୁ,ଉତ୍କଳମଣି ବେହେରା,ମାନସ ନାୟକ,ଦୀପ୍ତି ରଞ୍ଜନ ସାହୁ, ଶିକ୍ଷୟିତ୍ରୀ ଭବାନୀ ପାତ୍ର ,ନମିତା ସାହୁ, ବନଲତା ଦାସ,ଅପରାଜିତା ସାମଲ, ମୈଥିଳି ପ୍ରିୟା ରାଉତ,ମଞ୍ଜୁଲତା ପୃଷ୍ଟି ପ୍ରମୁଖ ୧୪୫ ଟି ବିଦ୍ୟାଳୟର ୩୪୫ ଶିକ୍ଷକ, ଶିକ୍ଷୟିତ୍ରୀ ଆନ୍ଦୋଳନରେ ସାମିଲ ହୋଇ ଗୋଷ୍ଟୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।

Exit mobile version