ନିଆଳୀ ତହସିଲଦାରଙ୍କ କାର୍ଯ୍ୟାଳୟ ନିକଟରେ ସରକାରୀ ଜମି ଜବରଦଖଲ ଅଭିଯୋଗ

୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ନିଆଳୀ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ଜାଗାକୁ ଜଣେ ପ୍ରଭାଶାଳୀ ବ୍ୟକ୍ତି ଜବରଦଖଲ କରି ୧୫ ବଖରା ଇଟାରେ ଘର ନିର୍ମାଣ କରି ଭଡ଼ା ସୂତ୍ରରେ ଘର ଲଗାଇ ଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ତହସିଲଦାର ଜାଣିଥିଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ନିଆଳୀ ବଜାରରେ ତହସିଲଦାର ଦୀର୍ଘ ଦିନ ଧରି ବ୍ୟବସାୟ କରି ନିଜର ପରିବାର ଭରଣ ପୋଷଣ କରୁଥିବା ,

ଦୋକାନୀଙ୍କ ଦୋକାନ ସବୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲା ବେଳେ ଏଥି ପ୍ରତି ଉଦାସୀନ ରହିବା ନେଇ ସାଧାରଣ ରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଏହି ବେଆଇନ ଘର ନିର୍ମାଣ ଯୋଗୁଁ ପୂର୍ବରୁ ଥିବା ରାସ୍ତାଟିକୁ ସଂପୃକ୍ତ ପ୍ରଭାବ ଶାଳୀ ଅବରୋଧ କରିଥିବାରୁ ଉକ୍ତ ରାସ୍ତା ଦେଇ ଜନ ସାଧାରଣଙ୍କ ଚଳ ପ୍ରଚଳରେ ବାଧା ସୃଷ୍ଟି କରୁଛି ବୋଲି ନିଆଳୀ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି । ନିଆଳୀ ତହସିଲଦାର ସଂପୃକ୍ତ ଜବରଦଖଲ କାରି ଠାରୁ ମାସିକିଆ ଅର୍ଥ ନେଉଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।

ଯଦି ତହସିଲଦାର ଅର୍ଥ ନେଉ ନାହାନ୍ତି ତେବେ କଣ ପାଇଁ ନିରବ ରହୁଛନ୍ତି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । ତହସିଲଦାର ଜନ ସାଧାରଣଙ୍କ ଦାବିକୁ ତୁରନ୍ତ କାର୍ଯ୍ୟକାରୀ ନକଲେ ଆଗାମୀ ଦିନରେ ଯେଉଁ ଆଇଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ତହସିଲଦାର ହିଁ ଦାୟୀ ରହିବେ ବୋଲି ନିଆଳୀ ବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Exit mobile version