୨୦ କୋଟି ଟଙ୍କା କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ବିଧାୟକଚନ୍ଦ୍ର ସାରଥୀ ବେହେରା ଆଜି, ସିଏମସି ୫୭ ନମ୍ବର ୱ।ର୍ଡ଼ରେ ଦେଢ଼ ବର୍ଷ ମଧ୍ୟରେ ଦେଢ଼ କୋଟି ଟଙ୍କା ବ୍ୟୟରେ କରାଯାଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । କଟକ ସଦର ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ କୁମାର ମହାପାତ୍ର ଅନୁଷ୍ଠିତ ସମୀକ୍ଷା ବୈଠକରେ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ବିଧାୟକ ଶ୍ରୀ ବେହେରା ଯୋଗଦେଇ କହିଲେ ଯେ, କର୍ପୋରେଟର ନିର୍ବାଚନ ହେବାର ଦେଢ଼ ବର୍ଷ ମଧ୍ୟରେ ୫୭ ନମ୍ବର ୱ।ର୍ଡ଼ରେ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଷ୍ଟାଡିୟମ , ଗୋପାଳପୁର ଠାରୁ ସଙ୍ଖତ୍ରାସ ପର୍ଯ୍ୟନ୍ତ କାଠଯୋଡ଼ି ନଦୀ ବନ୍ଧ କାର୍ଯ୍ୟ ।

ବିଭିନ୍ନ ସାହି ରାସ୍ତା, ୫ଟି ସ୍କୁଲ ନିର୍ମାଣ କାର୍ଯ୍ୟ, ସହିତ ଅନେକ କାର୍ଯ୍ୟ କରାଯାଇଛି । ଏହା ସହିତ ଆହୁରି ଅନେକ କାର୍ଯ୍ୟ ପାଇଁ ପ୍ରସ୍ତାବ ଦିଆଯାଇଥଲା ବେଳେ , ସେସବୁ କାର୍ଯ୍ୟ ପାଇଁ ଖୁବଶୀଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ ହେବ ବୋଲି ଉପସ୍ଥିତ ୱ।ର୍ଡ଼ ର ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଏହି ସମୀକ୍ଷା ବୈଠକରେ ସ୍ଥାନୀୟ କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ କହିଲେ ଯେ, ସେ କର୍ପୋରେଟର ନିର୍ବାଚିତ ହୋଇ ଆସିବାର ଅଳ୍ପ ଦିନ ମଧ୍ୟରେ ବିଧାୟକଙ୍କ ସହଯୋଗ ପାଇଁ ଏହିସବୁ ଜନ ହିତକର କାର୍ଯ୍ୟ, ସମ୍ଭବ ହୋଇ ପାରିଛି ବୋଲି ନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ ।

ଉକ୍ତ ସମୀକ୍ଷା ବୈଠକରେ ୱ।ର୍ଡ଼ର ଜନସାଧାରଣ ନିଜ ନିଜର ସମସ୍ୟା ସହିତ ସମୁହ କାର୍ଯ୍ୟ ସଂପର୍କରେ ବିଧାୟକଙ୍କୁ ଦରଖାସ୍ତ ( ଦାବି ପତ୍ର) ପ୍ରଦାନ କରିଥିଲେ । ବିଧାୟକ ୱାର୍ଡ ବାସୀଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ମହିଳା ବିଜେଡ଼ିର ସାଧାରଣ ସଂପାଦିକା ତଥା ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ୱ।ର୍ଡ଼ ବିଜେଡି ସଭାପତି ରଞ୍ଜନ କୁମାର ପାଲ , କୃଷ୍ଣ ଚନ୍ଦ୍ର ମିଶ୍ର, ଯୁଧିଷ୍ଠିର ଦାସ, ଦିନବନ୍ଧୁ ସ୍ୱାଇଁ, ଯିତେନ୍ଦ୍ର କୁମାର ସ୍ୱାଇଁ, ମନୋରଞ୍ଜନ ମହାପାତ୍ର, ନଳୀନ୍ କୁମାର ସ୍ୱାଇଁ, ଭାଗ୍ୟଧର ମଲ୍ଲିକ, ନଳୀନ କୁମାର ସେନାପତି, ସନାତନ ସାମଲ,ଅକ୍ଷୟ ନାୟକ, ବୋଖାରି ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Exit mobile version