କଟକରେ କରୋନା କହର, ଗୋଷ୍ଠୀ ସଂକ୍ରମଣ ଆରମ୍ଭ ଆଶଙ୍କା, ଆମାନିଆକୁ ନାହିଁ ଲଗାମ, ପାଳନ ହେଉନି ସଟ ଡାଉନ

CREATOR: gd-jpeg v1.0 (using IJG JPEG v62), quality = 75

ଓଡିଶା ତାଜା ନ୍ୟୁଜ୍ (୦୪ ଜୁଲାଇ ଶନିବାର ) ଭୁବନେଶ୍ୱର :- କଟକ ଜିଲ୍ଲା ପ୍ରଶାସନର  ଦୂର ଦୃଷ୍ଟି ଅଭାବରୁ ଧୀରେ ଧୀରେ କରୋନା କହର ବଢିବା ଶହ ଏବେ ଏହା କାୟା ବିସ୍ତାର କରିବାରେ ଲାଗିଲାଣି, ମେଡିକାଲ ଠାରୁ ଆରମ୍ଭକରି ସହର ର ଗଳିକନ୍ଦି ରେ  ଜନସାଧାରଣ ମାନଙ୍କ ମଧ୍ୟରେ ସାମଜିକ ଦୂରତା ଠିକ ରହୁନଥିବାରୁ ଏହା ଜଣକ ଠାରୁ ଅନ୍ୟ ଜଣକୁ ସଂକ୍ରମଣ ହେବା ସହଜ ହୋଇଯାଇଛି,  ହାଟ ବଜାର ଠାରୁ ଆରମ୍ଭ କରି ବଡ଼ ବଡ଼ ଦୋକାନ, ସରକାରୀ କାର୍ଯ୍ୟାଳୟ ରେ କେହି ସାମାଜିକ ଦୂରତା ମାନିବାକୁ ନାରାଜ, ଅମଣିଆଙ୍କୁ ଲଗାମ ଦେବାରେ ପୋଲିସ ପ୍ରଶାସନ ବିଫଳ,  ବଡମ୍ବା ରେ ଥାନା କର୍ମଚାରୀ ଓ ଅଧିକାରୀ ମାନେ କରୋନା ଆକ୍ରାନ୍ତ ହେବା ପରେ ସତେଯେମିତି କରୋନା ଲକ ଡାଉନ ଓ ସଟ ଡାଉନକୁ ବଳବତ୍ତର ରଖିବାକୁ ପୋଲିସ ବାବୁ ମାନଙ୍କ ଆଉ ଜୁ ନାଇଁ,  ନିଜେ ବଞ୍ଚିଲେ ବାପାର ନା ନୀତିରେ ଚାଲିଛି ସାମାଜିକ ଦୂରତା ନିୟମ  ପାଳନ କରିବା, ଅସାବଧାନତା ହେତୁ ଜଣଙ୍କ ପରେ ଜଣଙ୍କୁ ବ୍ୟାପି ଚାଲିଛି କରୋନା, ନା ସରକାରୀ କାର୍ଯ୍ୟାଳୟ ନା ଥାନା ଫାଣ୍ଡି ନା ରାସ୍ତା ଘାଟ ଆଉ କୋଉଠି ହେଉନି ବିଶୋଧନ କାର୍ଯ୍ୟ ।

ସତର୍କ ନହେଲେ ଏ ମହାମାରୀ କଟକ ର ଗାଁ ଗହଳି ସବୁ ଆଡେ  ବ୍ୟାପିବ କରୋନା କହର,  ସରକାର ସଟ ଡାଉନ ଘୋଷଣା କେବଳ ଦୋକାନ ବଜାର ବନ୍ଦ ରେ ସୀମିତ ଥିବାବେଳେ କୋଠା ବାଡ଼ି  ଠିକାଦାରି କାର୍ଯ୍ୟ ବଳବତ୍ତର ରହିଛି,  ସଦା ଡାଉନ ସମୟରେ ମେଡିକାଲ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବାହାରକୁ ବାହାରିବା ପାଇଁ ପରମିସନ ଆବଶ୍ୟକ ଥିବାବେଳେ ଜନସାଧାରଣ ମାନେ ଅନାୟାସରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି,  ନା ଜିଲ୍ଲା ପ୍ରଶାସନ ନା ପୋଲିସ ପ୍ରଶାସନ କେହିବି ଧ୍ୟାନ ଦେଉନାହାନ୍ତି, ଯାହାଫଳରେ କରୋନା ଆକ୍ରାନ୍ତ ବଡିବା ସୁନିଶ୍ଚିତ ହୋଇଯାଇଛି, କେବଳ ପୋଲିସ ମାକ୍ସ ପିନ୍ଧିବା ପ୍ରତି ଧ୍ୟାନଦେଇ ଜୋରିମାନା ଆଦାୟ କରୁଥିବାବେଳେ ବାଇକ ରେ ଦୁଇଜଣ ବସିକି ଯିବା,

ବିଣାକାରଣରେ ବାହାରକୁ ବାହାରୁଥିବା ଲୋକଙ୍କୁ ସହାନୁଭୂତି ଭୂତି ଦେଖାଇ ଛାଡ଼ିବା ଦ୍ୱାରା ରାସ୍ତା ଘାଟରେ ଗାଡିମଟର ସ୍ୱାଭାବିକ ଚାଲୁଚି, ଏହି ଭଳି ପ୍ରଶାସନର ନୀତି ଯୋଗୁ  ସହରରେ ଗୋଷ୍ଠୀ ସଂକ୍ରମଣ ସୃଷ୍ଟି କରିବାକୁ ବେଶୀ ସମୟ ଲାଗିବନି। ଧୀରେ ଧୀରେ ଜିଲ୍ଲାର କରୋନା ଯୋଦ୍ଧା ମାନଙ୍କୁ ଏହି ସଂକ୍ରମଣ ମାଡ଼ି ଚାଲିଛି। ପ୍ରଥମ ସଂକ୍ରମଣର ଅନେକ ଦିନପରେ ଯେତେବେଳେ ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ହେଲା, ଆସ୍ତେ ଆସ୍ତେ ସଂକ୍ରମିତ ବ୍ୟକ୍ତିଙ୍କ ମାତ୍ରା ବଢ଼ି ଚାଲିଲା। ପ୍ରବାସୀ ଓଡ଼ିଆ ସଂଙ୍ଗରୋଧରେ ରହୁଥିବାରୁ ଏହା ଚିନ୍ତାର କାରଣ ନଥିଲା କିନ୍ତୁ ସେହି ଧାରା ଏବେ ବନ୍ଦ ହୋଇଯାଇ ସ୍ଥାନୀୟ ଗୋଷ୍ଟି  ସଂକ୍ରମଣ ବଢ଼ି ବଢ଼ି ଚାଲିବା  ପ୍ରଶାସନର ମୁଣ୍ଡବ୍ୟଥାର ବିଷୟ ପାଲଟିଛି। ଥାନା ଅଧିକାରୀ, ଆମ୍ବୁଲାନ୍ସ କର୍ମଚାରୀ, ବ୍ୟାଙ୍କ୍ କର୍ମଚାରୀ, ହସ୍ପିଟାଲ କର୍ତ୍ତୃପକ୍ଷ କେଉଁମାନେ ବି ଏଥିରୁ ବାଦ୍ ପଡୁନାହାଁନ୍ତି। ଏବେଠୁ ସତର୍କତା ଅବଲମ୍ବନ ନକଲେ ଆଗକୁ ପରିସ୍ଥିତି ସଙ୍ଗୀନ ହେଇପାରେ ବୋଲି ବୁଦ୍ଧି ଯିବି ମାନେ ସୂଚାଇ ଦେଇଛନ୍ତି, (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ , ରଶ୍ମିତା ମହାପାତ୍ର, କଟକ )

Exit mobile version