୧୦୩ ବର୍ଷରେ  ସି ପି  ଆ .ଇ .ଏମ୍  ନେତା ଙ୍କ ବିୟୋଗ 

୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :->  ଜଣେ  ସ୍ଵାଧୀନତା ସଂଗ୍ରାମୀ ତଥା ସି ପି ଆଇ .ଏମ୍  ରଣପୁର  ବ୍ଲକ ପଟିଆ ଅଞ୍ଚଳ ର ବରପଲ୍ଲୀ ଗ୍ରାମର ବୟୋଜ୍ଯଷ୍ଠ  ନେତା ଦୈତାରୀ ନାୟକ ଙ୍କର ୧୦୩ ବୟସ ରେ ୧୨ ସେପ୍ଟେମ୍ବର ପ୍ରାୟ ରାତି ୨ ଟା ରେ ବିୟୋଗ ଘଟିଛି।ତାଙ୍କର ମୃତ୍ୟୁ ଖବର ଶୁଣିବା ରେ ପଟିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଆଜି ରଣପୁର ପାର୍ଟି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବରିଷ୍ଠ  ନେତା ହରିଶ୍ଚନ୍ଦ୍ର ମିଶ୍ର,ନିତ୍ୟାନନ୍ଦ ପରିଡା,ସୁରେଶ ସ୍ବାଇଁ,ଦୁଃଶାସନ ଜେନା,ରଜତ ଜେନା,ସୁଶୀଲ ମହାନ୍ତି ,ଗଦାଧର ପ୍ରଧାନ ,

ସଞ୍ଜୁକ୍ତା ସେଠୀ,କୁଳ ମଣି ପଳେଇ  ଓ ବିଜୟ ଜେନା ପ୍ରମ୍ମୁଖ ଶେଷ ଦର୍ଶନ କରିବା ସହ ଶ୍ରୀ ନାୟକଙ୍କ ସବାଧାରରେ ମାଲ୍ୟାର୍ପଣ କରିଥିଲେ ଓ ପାର୍ଟି ତରଫରୁ ଲାଲ ପତାକା ଦେଇ  ଶେଷ ସନ୍ମାନ ଜଣାଇଥିଲେ।ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ରାଇପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ରାମ ଚନ୍ଦ୍ର ଦାସ,ପ୍ରଫୁଲ ଦାସ ଓ ବିରଞ୍ଚି ପ୍ରଧାନ ପ୍ରମ୍ମୁଖ ସବାଧାର ରେ ପୁଷ୍ପ ମାଲ୍ୟାର୍ପଣ କରି ଥିଲେ।

ଏକ ସବ ଶୋଭାଯାତ୍ରା ରେ ସମସ୍ତ ସାଥୀ,ସମର୍ଥକ,ଗ୍ରାମବାସୀ ଓ ବନ୍ଧୁ ବାନ୍ଧବ ମାନେ ସାମିଲି ହୋଇ ସ୍ମଶାନ କୁ ନେଇ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ । ସାଥୀ  ନାୟକ ଜଣେ ମିଷ୍ଟ ଭାସି,ସମଦରସି ସାଧାରଣ ଜନତାଙ୍କ ଦରଦୀ ବନ୍ଧୁ ଥିଲେ। ସେ ରଣପୁର ପ୍ରଜା ଆନ୍ଦୋଳନ ରେ ପିଲାଟି ବେଳୁ ମଧ୍ୟ ଯୋଗଦେଇ ଥିଲା  ବେଳେ ପରବର୍ତ୍ତି ସମୟରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ର  ଅବିଭାଜିତ ପୁରୀ ଜିଲ୍ଲା ରେ ଛାମୁଆ ନେତା ଭାବେ କାର୍ଯ୍ୟ କରିବା ସହ ସେତେବେଳେ ରଣପୁରରେ ଚାଲିଥିବା ଭାଗ ଚାଷୀ ଆନ୍ଦୋଳନ ରେ ପ୍ରମ୍ମୁଖ ଭୁମିକା ପାଳନ କରି ଥିଲେ। 

ଶ୍ରୀ ନାୟକ ଜଣେ ଅଣବନ୍ଦୀ  ସ୍ଵାଧିନତା ସଂଗ୍ରାମୀ ହୋଇଥିଲେ ମଧ୍ୟ ଦେଶ ସ୍ଵାଧୀନ ହେଲା ପରେ ଅନେକ ସ୍ଵାଧୀନତା ସଂଗ୍ରାମୀ ଭତ୍ତା ପାଇବା ପାଇଁ ଆବେଦନ କରି ଭତ୍ତା ପାଇଥିଲେ ମଧ୍ୟ ନିଜର ଆଦର୍ଶ ଗୁଣ ପାଇଁ  ସେ ଏହାକୁ ପ୍ରତ୍ୟାଖାନ କରିଥିଲେ। ଜଣେ ସାଧାରଣ ଦଳିତ ଜାତିରେ ଜନ୍ମ ଗ୍ରହଣ କରି ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଶେଷ ଜୀବନ ପର୍ଯ୍ୟନ୍ତ ସାଧାରଣ ଲୋକ, ଗରୀବ,ଚାଷୀ , ଖଟିଖିଆ ଙ୍କ ପାଇଁ ସାଲି

Exit mobile version