ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିକାଶର ନାୟିକା : ମିନାକ୍ଷୀ ମହାନ୍ତ

୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କେନ୍ଦୁଝର/ଚମ୍ପୁଆ :-> ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡନଇ ପଞ୍ଚାୟତର ବଡନଇ ଏବଂ ଗମ୍ହାରିଆ ଗ୍ରାମର ଜନସାଧାରଣଙ୍କ ଦାବି ଥିବାରୁ ୧୫ଲକ୍ଷ ଟଙ୍କାର ବିଧାୟିକା ପାଣ୍ଠିରୁ ମଞ୍ଜୁର କରାଇ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ

ସେହିପରି କାଳିକାପ୍ରସାଦ ପଞ୍ଚାୟତର କାଳିକାପ୍ରସାଦ ଏବଂ ବସିରା ଗ୍ରାମରେ ଓ ରଜିଆ ପଞ୍ଚାୟତର ମହେଶ୍ବର ପୁର ଗ୍ରାମରେ ବିଧାୟିକା ପାଣ୍ଠିରୁ ନିର୍ମିତ ହେବାକୁ ଥିବା ୩୫ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତାର ଭିତ୍ତପ୍ରସ୍ତର ସ୍ଥାପନ କରି ଗ୍ରାମବାସୀଙ୍କୁ ବିକାଶ ର ବାର୍ତ୍ତା ଦେଇଛନ୍ତି,

ଏହି ମହତ କାର୍ଯ୍ୟ ପାଇଁ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତଙ୍କୁ ବୁଦ୍ଧିଜିବୀ ମହଲରୁ ପ୍ରଶଂସାର ସୁଅ ଛୁଟୁ ଥିବାର ଦେଖିବାକୁ ମିଳୁଛି ।

 

Exit mobile version