ପରିସଲ୍ ପଞ୍ଚାୟତର ସିଣ୍ଡରଙ୍ଗ୍,ଡ଼ମ୍ବା,ଅଞ୍ଚମା ଗ୍ରାମରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରୁ

୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ଆଜି ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପରିସଲ୍ ପଞ୍ଚାୟତର ସିଣ୍ଡରଙ୍ଗ୍, ଡ଼ମ୍ବା,ଅଞ୍ଚମା ଗ୍ରାମରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରୁ ସହାୟତା ପ୍ରଦାନ କରାଯାଇଥିବା ମନ୍ଦିର ଗୁଡ଼ିକ କାର୍ଯ୍ୟ ଆରମ୍ଭ ନିମନ୍ତେ ଶୁଭ ପ୍ରଦାନ କରାଯାଇଛି।ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ମରୀୟମ୍ ର ଇତ,ପରିସଲ୍ ସରପଞ୍ଚ, ସ୍ଥାନୀୟ ସମିତି ସଭ୍ୟ, ତଥା ପୋଡ଼ଶୀ ପଞ୍ଚାୟତ ର ଛେଲାଗଡ଼ ସରପଞ୍ଚ ଡ଼।ଳିମ୍ବ ଗମାଙ୍ଗ,

ସମିତି ସଭ୍ୟା ଶିବାନୀ ବେହେଳଦଳାଇ,ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଭ୍ୟ,ୱ।ଡ଼ମେମ୍ବର ତଥା ସମସ୍ତ ବିଜୁ ପରିବାରର ବରିଷ୍ଠ କନିଷ୍ଠ ସଭ୍ୟ/ସଭ୍ୟା ଉପସ୍ଥିତ ରହି ସମସ୍ତ ମନ୍ଦିରର ଶୁଭ ଦେଇଛନ୍ତି ।ତତ୍ ସହ ଡ଼ମ୍ବା ଗ୍ରାମରେ ଥିବା ନୁତନ ଶୈବପୀଠ ଶ୍ରୀ ଶ୍ରୀ ଶ୍ରୀ ଧବଳେଶ୍ବର ପିଠିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି ଏବଂ ଗ୍ରାମ ଗୁଡ଼ିକର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଙ୍କ ସହ ଆଲୋଚନା କରିଛନ୍ତି ।ଆଗାମୀ ଦିନରେ ଦଳକୁ କିଭଳି ଭାବରେ ତଳ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସୁଦ୍ରୁଢ଼ ହୋଇପାରିବ ତା ଉପରେ ମଧ୍ୟ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।

Exit mobile version