କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାକ୍ଷରତା ଦିବସ ପାଳନ

୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ଶୁକ୍ରବାର ଦିନ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମିଶାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବିଦ୍ୟାଳୟର ସଭାପତି ବିଶ୍ଵନାଥ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଭ୍ୟା ଝିନା କାର୍ଯ୍ୟୀ, ଶିବାନୀ କାର୍ଯ୍ଯୀ, ନାଏବ ସରପଞ୍ଚ ସୁଶୀଲ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ।

ବିଦ୍ୟାଳୟର ଶିକ୍ଷକ ରବିନାରାୟଣ ମହାରଣା, ଜଗତ ଚନ୍ଦ୍ର ନାୟକ, ଅନାମ ମଲିକ, ରମାକାନ୍ତ ମଲିକ, ଭିକାରୀ ନାୟକ ଓ ଶିକ୍ଷୟିତ୍ରୀ ଜୀନା ମଲିକ ସାକ୍ଷରତା ଦିବସର ମହତ୍ତ୍ବ, ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ, ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ଲାକାର୍ଡ ଓ ସ୍ଲୋଗାନ୍ ମାଧ୍ୟମରେ କେଶରା ଗ୍ରାମରେ ସାକ୍ଷରତା ସଚେତନତା ଶୋଭାଯାତ୍ରା କରାଯାଇଥିଲା।

Exit mobile version