ଆର,ଉଦୟଗିରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାକ୍ଷରତା ଦିବସ ପାଳନ

୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :->   ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ଆର,ଉଦୟଗିରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବିଦ୍ୟାଳୟର ସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଭ୍ୟା ଯୋଗ ଦେଇଥିଲେ ।

ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସାକ୍ଷରତା ଦିବସର ମହତ୍ତ୍ବ, ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ, ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ଲାକାର୍ଡ ଓ ସ୍ଲୋଗାନ୍ ମାଧ୍ୟମରେ ଆର,ଉଦୟଗିରି ଗ୍ରାମରେ ସାକ୍ଷରତା ସଚେତନତା ଶୋଭାଯାତ୍ରା କରାଯାଇଥିଲା।

Exit mobile version