ଅଗ୍ନି ଶମ ବିଭାଗ ପକ୍ଷରୁ ବିଦ୍ୟାଳୟ ରେ ସଚେତନତା କାର୍ଯ୍ୟକ୍ରମ

୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା  :->  ଚିଲିକା ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧର ପୁର ସ୍ଥିତ ଅଗ୍ନି ଶମ କେନ୍ଦ୍ର ପକ୍ଷରୁ ବାଣପୁର ବ୍ଲକ ଅନ୍ତର୍ଗତ କହ୍ନେଇ ପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭା ରେ ଅଗ୍ନି ଶମ ଅଧିକାରୀ ମୋହନ କୁମାର ଦଳେଇ, ଆଗ୍ନିକ ଫଣୀନ୍ଦ୍ର ନାୟକ,

ଅନ୍ତର୍ଯ୍ୟାମୀ ନାୟକ, ଦୁର୍ଯ୍ୟୋଧନ ବେହେରା,ସୀତାରାମ ଶର୍ମା, ତ୍ରିଲୋଚନ ଦାଶ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଅଗ୍ନି କାଣ୍ଡ ର ଭୟାବହତା ରୁ କିପରି ଧନ ଓ ଜୀବନ ରକ୍ଷା କରା ଯାଇ ପାରିବ ସେ ସମ୍ପର୍କରେ ବିଭିନ୍ନ କୈ।ଶଳ ପ୍ରଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦର୍ଶନ କରିବା ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅଗ୍ନି ବିପନ୍ନ ବ୍ୟକ୍ତି ଙ୍କୁ କିପରି ‌ ଉଦ୍ଧାର କରା ଯାଇ ପାରିବ, ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ କିପରି ସ୍ଵାସ୍ଦ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇପାରିବ,

ବିଜୁଳି ଜନିତ ଏବଂ ରନ୍ଧନ ଗ୍ୟାସ ଜନିତ ଅଗ୍ନି କାଣ୍ଡକୁ କିଭଳି ମୁକାବିଲା କରିବା ସହ ଲିଭାଇ ହେବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋକ କୁମାର ବରାଳ , ଦୁର୍ଗା ପ୍ରସନ୍ନ ମହାପାତ୍ର, ଦୁର୍ଯ୍ୟୋଧନ ମୁଦୁଲି,ଟିକିନା ଭାରିମଲ୍ଲ, ସୁନିତା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ।

Exit mobile version